ଶିଳ୍ପାୟନ କ୍ଷେତ୍ରରେ ଓଡ଼ିଶା ଦ୍ରୁତ ଗତିରେ ଆଗକୁ ବଢୁଛି; ୪ ହଜାର ୩୫୩ କୋଟିର ପ୍ରକଳ୍ପକୁ ମଞ୍ଜୁରୀ
ଭୁବନେଶ୍ୱର ;୨୬|୧୧: ବର୍ତ୍ତମାନର ସମୟରେ ଶିଳ୍ପାୟନ କ୍ଷେତ୍ରରେ ଓଡ଼ିଶା ଦ୍ରୁତ ଗତିରେ ଆଗକୁ ବଢୁଛି | ୪ ହଜାର ୩୫୩ କୋଟିର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି । ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ୨୦ ଶିଳ୍ପ । ସୃଷ୍ଟି ହେବ ୭୮୧୫ ନିଯୁକ୍ତି । ପ୍ରକଳ୍ପଗୁଡ଼ିକ ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ ସମେତ ୧୧ଟି ଜିଲ୍ଲାରେ ସ୍ଥାପନ କରାଯିବ । ସୁନ୍ଦରଗଡ଼ର ହେବ ଭାସମାନ ସୌର ପ୍ରକଳ୍ପ, ଅନୁଗୁଳରେ କୋଇଲା ୱାସେରୀ, ଖୋର୍ଦ୍ଧାରେ ଏଲ୍ଇଡି ଲାଇଟ କାରଖାନା, ପୁରୀର ପଞ୍ଚତାରକା ହୋଟେଲ ଓ ରିସୋଟ ସହ ଅନ୍ୟ ଶିଳ୍ପ ପ୍ରକଳ୍ପକୁ ଏହି ମଞ୍ଜୁରୀ ମିଳିଛି । ମୁଖ୍ୟ ଶାସନ ସଚିବଙ୍କ ଅଧକ୍ଷତାରେ ଅନୁଷ୍ଠିତ ୧୪୨ ତମ ସିଙ୍ଗିଲ ୱିଣ୍ଡୋ କର୍ତୁପକ୍ଷଙ୍କ ବୈଠକରେ ଏହି ସବୁ ପ୍ରକଳ୍ପକକୁ ମଞ୍ଜୁରୀ ମିଳିଛି ।
ସୁନ୍ଦରଗଡ଼ରେ ହେବ ଭାସମାନ ସୌର ପ୍ରକଳ୍ପ ଏଥିପାଇଁ ଏନ୍ଟିପିସି ସେଲ୍ ପାୱର କମ୍ପାନି ୭୧୦.୨୭ କୋଟି ଟଙ୍କା ନିବେଶ କରିବ | ଖୋର୍ଦ୍ଧାରେ ଏସ୍ଆର୍ ଡାଇନାମିକ୍ସ ୫୪ କୋଟି ନିବେଶରେ ଏକ ସୋଲାର୍ ମଡ୍ୟୁଲ୍ ହେବ | ଅନୁଗୁଳରେ ଏନ୍ଭିରୋକେୟାର ଇନ୍ଫ୍ରା ସଲ୍ୟୁସନ୍ସ ୩୫୧ କୋଟି ନିବେଶରେ ଏକ ସୋଲାର ପିଭି ସିପିପି | ଢେଙ୍କାନାଳରେ ଅନନ୍ତମ ସୋଲାର୍ ଏନର୍ଜିସ୍ ପକ୍ଷରୁ ୨୭୧ କୋଟି ଟଙ୍କା ନିବେଶରେ ଏକ ସୋଲାର୍ ସେଲ୍ ହେବ ଆଇନେକ୍ସ ରିନୁଏବଲ୍ସ | ଖୋର୍ଦ୍ଧାରେ ୯୯.୮୫ କୋଟି ଟଙ୍କାରେ ଏକ ସୋଲାର୍ ମଡ୍ୟୁଲ୍ କାରଖାନା | ରାଜ୍ୟରେ ଆଉ ୪ଟି ନୂଆ ତାରକା ହୋଟେଲ୍ ଓ ରିସୋର୍ଟ ସ୍ଥାପନ କରାଯିବ |
ପୁରୀରେ ଶ୍ରୀକ୍ରିଷ୍ଣା ଇଷ୍ଟେଟ୍ସ ଆଣ୍ଡ୍ କନ୍ଷ୍ଟ୍ରକ୍ସନ୍ ୨୫୦.୪୮ କୋଟି ଟଙ୍କାରେ ଏକ ପଞ୍ଚତାରକା ହୋଟେଲ୍ କରିବ | ସେଠାରେ ଆର୍କେଡି ହୋଟେଲ୍ସ ୫୮.୮୦ କୋଟି ଟଙ୍କାରେ ଏକ ରିସୋର୍ଟ ସ୍ଥାପନ କରିବ ।
ସାତପଡ଼ା ରେଗାଲ୍ ପାରାଡାଇଜ୍ ପୁରୀରେ ୧୨୫ କୋଟି ଟଙ୍କାରେ ଏକ ପଞ୍ଚତାରକା ହୋଟେଲ୍ କରିବ|କୋରାପୁଟରେ ମିଡ୍-ଇଷ୍ଟ୍ ପକ୍ଷରୁ ୭୦ କୋଟି ଟଙ୍କା ନିବେଶରେ ଏକ ରିସୋର୍ଟ ସ୍ଥାପନ କରାଯିବ । ପିଟି ୱାର୍କସ୍ ପକ୍ଷରୁ ୫୩୨ କୋଟି ଟଙ୍କା ନିବେଶରେ ଜଗତସିଂହପୁରରେ ପାନୀୟ ପ୍ରକଳ୍ପ ସ୍ଥାପନ କରାଯିବ । ଖୋର୍ଦ୍ଧା ଓ ସମ୍ବଲପୁରରେ ଯଥାକ୍ରମେ ମାଉଣ୍ଟ୍ ଏଭରେଷ୍ଟ ବ୍ରୁଅରି ଓ ପ୍ରିମିୟର୍ ଗ୍ରିନ୍କେମ୍ ପକ୍ଷରୁ ବ୍ରୁଅରି ସ୍ଥାପନ କରାଯିବ । ଅନୁଗୁଳରେ ଗୋଦାବରୀ କମୋଡିଟିଜ୍ ତରଫରୁ ୯୯.୮୦ କୋଟି ଟଙ୍କା ନିବେଶରେ ଏକ କୋଇଲା ୱାସେରି କରାଯିବ । ରଶ୍ମୀ ମେଟାଲର୍ଜିକାଲ୍ ଇଣ୍ଡଷ୍ଟ୍ରି କେନ୍ଦୁଝରରେ ୬୦୦ କୋଟି ଟଙ୍କାରେ ଲୁହାପଥର ବିନିଫିକେସନ୍ କାରଖାନା ବସାଇବ । ଯାଜପୁରରେ ସାଇନୋମାକ୍ ଟେକ୍ନୋଲୋଜିସ୍ ୭୦.୫୦ କୋଟି ଟଙ୍କାରେ ଏକ ରେଳ ଉପକରଣ କାରଖାନା କରିବ।

