Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରଯାତ୍ରୀଙ୍କ ଉପରକୁ ମାଡ଼ିଗଲା ବର ଗାଡି; ଶବ ହୋଇ ଫେରିଲେ ବାପା…

ବଲାଙ୍ଗୀର,୨୬|୧୧: ବଲାଙ୍ଗୀରରେ ଘଟିଛି ଏକ ଅଭାବନୀୟ ଘଟଣା | ବର ଶୋଭାଯାତ୍ରାରେ ଯାଉଥିବା ସମୟରେ ଘଟିଛି ଅଘଟଣ | ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ବର ବସିଥିବା ଗାଡ଼ି । ବଲାଙ୍ଗୀର ଜିଲ୍ଲା ଉପଖଣ୍ଡ ଅନ୍ତର୍ଗତ ବେଲପଡ଼ା ଥାନା ମଣ୍ଡଳ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା | ଏହି ଦୁର୍ଘଟଣାରେ ବରର ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ନବବଧୂର ଭାଇ ଗୁରୁତର ଭାବେ ଆହତ ହୋଇଛନ୍ତି । ଆନନ୍ଦ ଉଲ୍ଲାସରେ ହେଉଥିବା ବାହାଘରରେ ଦୁଃଖର କଳା ବାଦଲ ଛାଇଯାଇଛି |

ତେବେ ଅଘଟଣ ପରେ ବି ଉଭୟ ପକ୍ଷର ସହମତିରେ ବିବାହ କାର୍ଯ୍ୟ ସଂପନ୍ନ ହୋଇଛି । ସୂଚନା ଅନୁସାରେ, ମୃତକ ହେଉଛନ୍ତି ଲୋଇସିଂହା ଥାନା ଆମପାଳି ଗାଁର ଘିବଲୁ ବାଗ । ସୂଚନା ଅନୁସାରେ, ଆମପାଳି ଗାଁରୁ ବେଲପଡା ଥାନା ଅନ୍ତର୍ଗତ ମଣ୍ଡଳ ଗାଁରୁ ବରଯାତ୍ରୀ ଦଳ କନ୍ୟା ଘର ଅଭିମୁଖେ ବାହାରିଥିଲେ | ବାଣ ରୋଷଣୀ ଫୁଟାଇ ବାଜା ବଜାଇ ବର ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଆଗରେ ଲୋକ ନାଚି ନାଚି ଯାଉଥିଲେ, ପଛରେ ଥିବା ବର ଗାଡ଼ିରେ ବସିଯାଉଥିଲେ ।

ପ୍ରାୟ ରାତି ସାଢେ ୧୧ଟା ପାଖାପାଖି ହଠାତ୍ ବର ବସିଥିବା ଗାଡ଼ି ଆଗରେ ଥିବା ବରଯାତ୍ରୀ ଦଳ ଉପରକୁ ମାଡ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ଗାଡ଼ି ଚପାରେ ବରର ବାପାଙ୍କ ମୃତ୍ୟୁ ହୋଇଥିବା ସହିତ କନ୍ୟାଙ୍କର ଭାଇ ଗୁରୁତର ଭାବେ ଆହତ ହୋଇଛନ୍ତି। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ