ପ୍ରେମ ପାଇଁ ଆମେରିକାକୁ କରିଛନ୍ତି ପର; ବିବାହ ପାଇଁ ଶାଶୂଘର ଦେଲେ ସ୍ୱିକୃତି…
ନୀଳଗିରି,୨୬|୧୧: ପ୍ରେମ ପାଇଁ ସାତ ଦରିଆ ପାର୍ ହୋଇ ଫେରି ଆସିଛନ୍ତି । ଆମେରିକାକୁ କରିଛନ୍ତି ଟା ଟା | ଆମେରିକାରୁ ଓଡ଼ିଶା ଫେରିଛନ୍ତି ସେଜଲ ଜନ ଓରଫ ପୂଜା । ପ୍ରେମ ପାଇଁ ରଚିଥିଲେ ନାଟକ | ତେବେ ଅମରଙ୍କ ଭଲ ପାଇବା ପାଇଁ ସେ ଆମେରିକା ଭଳି ଦେଶ ଛାଡି ଫେରି ଆସିଛନ୍ତି | ଏବେ ତାଙ୍କ ପ୍ରେମକୁ ମିଳିବାକୁ ଯାଉଛି ସ୍ୱିକୃତି । ପୂଜାଙ୍କୁ ବୋହୁ କରିନେବାକୁ ରାଜି ହୋଇଛନ୍ତି ଅମର ଦାସଙ୍କ ପରିବାର ।
ସୂଚନା ଅନୁସାରେ, ଆମେରିକାର ଏକ ଦମ୍ପତ୍ତି ଯିଏକି ତାଙ୍କୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରି ଭୁବନେଶ୍ବରରୁ ୨୦୧୮ରେ ଆମେରିକା ନେଇଥିଲେ । ପୂଜାଙ୍କ କହିବା ଅନୂସାରେ, ସେହି ଦମ୍ପତ୍ତି ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଉଥିଲେ | ଏପରି ଏକ ଭିଡିଓ ଭାଇରାଲ ହେଉଥିଲା ସୋସିଆଲ ମିଡ଼ିଆରେ | ଯେଉଁଥିରେ ପୂଜା କାନ୍ଦି କାନ୍ଦି ତାଙ୍କ ଉପରେ ହେଉଥିବା ନିର୍ଯାତନା ବିଷୟରେ କହୁଥିଲେ | ଏବଂ ସେ ଆହୁରି ମଧ୍ୟ କହିଥିଲେ ଯେ, ତାଙ୍କୁ ଦମ୍ପତ୍ତି ଜଣଙ୍କ ଖ୍ରୀଷ୍ଟିଆନ ଧର୍ମରେ ଦୀକ୍ଷିତ ହେବାକୁ ବାଧ୍ୟ କରୁଥିଲେ | ଏପରିକି ଆମେରିକାରୁ ତାଙ୍କୁ ଫେରେଇ ଆଣିବାକୁ ଓଡିଶା ସରକାରଙ୍କୁ ସାହାଯ୍ୟ କରିବାକୁ ନିବେଦନ ମଧ୍ୟ କରିଥିଲେ ପୂଜା| ପୂଜାଙ୍କ ପ୍ରେମିକ ବାଲେଶ୍ବରର ଅମର ଦାସ ବାଲେଶ୍ବର ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ ପୂଜାଙ୍କୁ ଓଡିଶା ଫେରାଇ ଆଣିବାକୁ ।
ତେବେ ପୂଜା ଓଡିଶାକୁ ଫେରିଛନ୍ତି ଏବଂ ତାହା ସହିତ ସେ ତାଙ୍କୁ ପୋଷ୍ୟ କରିଥିବା ତାଙ୍କ ପିତାମାତା ନାମରେ ପୂର୍ବରୁ କରିଥିବା ଅଭିଯୋଗ ମଧ୍ୟ ବଦଳାଇଛନ୍ତି | ଏପରିକି ଆମେରିକାରେ ତାଙ୍କୁ ପୋଷୁଥିବା ଦମ୍ପତ୍ତି ତାଙ୍କୁ ନିର୍ଯାତନା ଦେଉଥିବା କଥାକୁ ସେ ଅସ୍ବିକାର ମଧ୍ୟ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ମୁଁ ଅମରକୁ ଭଲ ପାଉଛି ଏବଂ ତାକୁ ବାହା ହୋଇ ତା ପାଖେ ରହିବି | ଏବଂ ଅମରକୁ ବାହା ହେବାପାଇଁ ଆମେରିକାରୁ ବାଲେଶ୍ବର ଆସିଛି ।
ପୂଜା ଏବେ ବାଲେଶ୍ବର ନାରୀସଂଘରେ ରହିଛନ୍ତି। ଅନ୍ୟପଟେ ଅମରଙ୍କ ପିତାମାତା ଭୁବନେଶ୍ୱରରେ ରହୁଥିବାବେଳେ ଅମର ରେମୁଣା ଆଳଦା ଗ୍ରାମରେ ଥିବା ତାଙ୍କ ଅଜା ଆଇଙ୍କ ଘରେ ରୁହନ୍ତି । ଅମରଙ୍କୁ ଭଲ ପାଇ ଆମେରିକାରୁ ପୂଜା ଆସିଥିବାରୁ ତାଙ୍କୁ ବୋହୁ କରି ନେବାକୁ ଅମରଙ୍କ ପୂରା ପରିବାର ସମ୍ମତ୍ତି ରହିଛି ବୋଲି ଅମରଙ୍କ ଆଈ କହିଛନ୍ତି ।
ପ୍ରେମ ପାଇଁ ଆମେରିକା ଭଳି ଦେଶକୁ ଟା ଟା କରିଦେଇଛନ୍ତି ଓଡ଼ିଆ ଝିଅ | ହଁ ଏ କଥା ସତ | “ମୁଁ ଅମର ପାଖେ ରହିବି ଏବଂ ତାକୁ ବାହା ହେଇକି ରହିବି” ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ପ୍ରେମ ପାଇଁ ସାତ ଦରିଆ ତେର ନଈ ପାର ହୋଇ ଆସିଥିବା ଓଡ଼ିଆ ଝିଅ | ତାଙ୍କ କହିବା ଅନୁସାରେ, ସେ ବାଲେଶ୍ୱରରେ ରହୁଥିବା ଅମର ନାମକ ଯୁବକଙ୍କ ପାଇଁ ସୁଦୂର ଆମେରିକାରୁ ଫେରି ଆସିଛନ୍ତି | ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅମରଙ୍କ ସହିତ ତାଙ୍କର ପ୍ରେମ ଆରମ୍ଭ ହୋଇଥିଲା ସାଙ୍ଗ ହୋଇକି ପାଠ ପଢ଼ୁଥିବା ସମୟରୁ | ଯେତବେଳେ ସେ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିଲେ ସେତେବେଳେ ତାଙ୍କର ପ୍ରେମ ଆରମ୍ଭ ହୋଇଥିଲା ଅମରଙ୍କ ସହିତ | ଏବଂ ସୋସିଆଲ ମିଡ଼ିଆ ମାଧ୍ୟମରେ ସେ ୨୦୨୪ରେ ତାଙ୍କ ବଏଫ୍ରେଣ୍ଡ ଅମରଙ୍କୁ ଶେଷ ମେସେଜ କରିଥିଲେ| ତାଙ୍କ ମା ତାଙ୍କୁ ଅମରଙ୍କ ସହ କଥା ହେବାକୁ ମନା କରିବା ସତ୍ବେ ଅମରଙ୍କ ପ୍ରେମ ତାଙ୍କୁ ଟାଣି ଆଣିଥିଲା ଆମେରିକାରୁ | ଏ କଥା ସେ ଗଣାମଧ୍ୟମରେ କହିଛନ୍ତି |

