Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

SCBର ICUରେ ଚିକତ୍ସାଧୀନ ମହିଳାଙ୍କୁ ଦୁଷ୍କର୍ମ; ସ୍ୱାସ୍ଥ୍ୟମନ୍ତ୍ରୀ ମୌନ କାହିଁକି ?

କଟକ,୨୬|୧୧: ଗତ ୨୪ ତାରିଖରେ କଟକ ବଡ ମେଡିକାଲରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା | ICU ରେ ଚିକତ୍ସାଧୀନ ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା | ମୃତ୍ୟୁର କାରଣ ଦୁଷ୍କର୍ମ ବୋଲି ଅଭିଯୋଗ ହୋଇଥିଲା | ସୂଚନା ଅନୁସାରେ, କଟକ ବଡ ମେଡିକାଲ SCB ରେ ଚିକତ୍ସାଧୀନ ଅବସ୍ଥାରେ କେହି ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ | ଦୁଷ୍କର୍ମ କରିଥିବା ବ୍ୟକ୍ତି ଜଣଙ୍କ ହେଲେ ଯାଜପୁର ଜିଲ୍ଲାର ଅଧିବାସୀ ମାନସ ରଞ୍ଜନ ପତି | ସେ ଦୀର୍ଘ ଦିନ ଧରି ହସ୍ପିଟାଲର ରୋଗୀଙ୍କ ସେବାରେ କର୍ମଚାରୀ ଭାବେ ନିଯୁକ୍ତ ଥିଲେ | ସେ ହସ୍ପିଟାଲର ଥାର୍ଡ଼ ପାର୍ଟି ଦାୟିତ୍ୱରେ ଥିବା ଏକ ସଂସ୍ଥାର କର୍ମଚାରୀ ଭାବେ ନିୟୋଜିତ ଥିଲେ |

ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ କାମାକ୍ଷାନଗରର ଜଣେ ମହିଳା SCB ମେଡିକାଲରେ ICUରେ ରହି ଚିକିତ୍ସିତ ହେଉଥିଲେ | ସେ ରାସାୟନିକ ସାର ଭଳି ଏକ ବିଷାକ୍ତ ପଦାର୍ଥ ଖାଇଦେଇଥିଲେ | ଯାହା ଫଳରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇ ପଡିଥିଲା | ଏବଂ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା | ସେ ଦୀର୍ଘ ୨୦ ଦିନ ହେଲା SCBର ICUରେ ଚିକିତ୍ସିତ ହେଉଥିଲେ | ଚିକତ୍ସା ହେଉଥିବା ସମୟରେ ମାନସ ରଞ୍ଜନ ପତି ତାଙ୍କୁ ଦୁଷ୍କର୍ମ କରିଛନ୍ତି | ଏବଂ ପରେ ମହିଳାଙ୍କର ମୃତ୍ୟୁ ଘଟିଛି | ସୋମବାର ମହିଳାଙ୍କ ଶବକୁ ପୋଷ୍ଟମଟମ ପାଇଁ ପଠାଯାଇଛି | ଅଭିଯୋଗ ପାଇବା ପରେ ସିସିଟିଭି ଫୁଟେଜ ଏବଂ ସାକ୍ଷୀ ପ୍ରମାଣ ଆଧାରରେ ମଙ୍ଗଳାବାଗ ପୋଲିସ ମାଛୁଆ ବଜାର ନିକଟରୁ କର୍ମଚାରୀ ମାନସକୁ ଗିରଫ କରିଛି | ଏବଂ ଅଭିଯୁକ୍ତ ମାନସକୁ କୋର୍ଟ ଚାଲାଣ ମଧ୍ୟ କରିଛି | ତେବେ ପ୍ରଶ୍ନ ଉଠୁଛି ରାଜ୍ୟର ସବୁଠାରୁ ବଡ ମେଡିକାଲର ସୁରକ୍ଷା ଉପରେ | ପ୍ରକୃତରେ ମେଡିକାଲରେ ରୋଗୀ ସୁରକ୍ଷିତ ଅଛନ୍ତି କି ? SCB ମେଡିକାଲ ହେଉଛି ରାଜ୍ୟର ସବୁଠାରୁ ବଡ ମେଡିକାଲ | ଯେଉଁଠିକି ସକାଳ ହେଉ କିମ୍ବା ରାତି ଲକ୍ଷ ଲକ୍ଷ ସଂଖ୍ୟାରେ ରୋଗୀ ଚିକତ୍ସା ପାଇଁ ଆସିଥାନ୍ତି | କେବଳ ରାଜ୍ୟରୁ ନୁହେଁ ରାଜ୍ୟ ବାହାରୁ ମଧ୍ୟ ରୋଗୀଙ୍କୁ ନେଇ ତାଙ୍କ ପରିବାର ଆସିଥାନ୍ତି |

ହସ୍ପିଟାଲ ରୋଗୀକୁ ନୂଆ ଜୀବନ ଦିଏ | ତେବେ ଏତେବଡ ହସ୍ପିଟାଲରେ ଏଭଳି କାର୍ଯ୍ୟକଳାପ ହସ୍ପିଟାଲର ସୁରକ୍ଷା ଦାୟିତ୍ୱ ଉପରେ ସୃଷ୍ଟି କରିଛି ବିରାଟ ପ୍ରଶ୍ନବାଚୀ ? ଯଦି ରୋଗୀ ହସ୍ପିଟାଲରେ ସୁରକ୍ଷିତ ନୁହେଁ ତେବେ ସୁରକ୍ଷିତ ତାହାଲେ କେଉଁଠି ? ତେବେ ପୋଲିସ ପହଞ୍ଚି ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଆରମ୍ଭ କରିଛି | କିନ୍ତୁ ପୋଲିସ ଆହୁରି ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ତଦନ୍ତ ଜାରି ରଖିଛି |କର୍ମଚାରୀ ଜଣଙ୍କୁ ଗିରଫ କରିବା ସହ କୋର୍ଟ ମଧ୍ୟ ଚାଲାଣ କରିଛି | କିନ୍ତୁ ଏତେ ବଡ ଘଟଣା ପରେ ସରକାର ଚୁପ କାହିଁକି ? ସରକାର ବାରମ୍ବାର ମହିଳାଙ୍କ ସୁରକ୍ଷା ପାଇଁ ଭିନ୍ନ ଭିନ୍ନ ଯୋଜନାର କଥା କହୁଥିଲା ବେଳେ ଏବେ ନିରବ କାହିଁକି | ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଏ ବାବଦରେ କାହଁକି କିଛି ମନ୍ତବ୍ୟ ଦେଉ ନାହାନ୍ତି | ଏହା ଅନେକଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ | ବିଭିନ୍ନ ଦଳ ରାଜ୍ୟର ମହିଳାଙ୍କ ସୁରକ୍ଷା କଥା କହି ନିଜ ନିଜ ଭିତରେ ବିଧାନସଭାରେ ହଙ୍ଗାମା କରୁଥିବା ବେଳେ ଖୋଦ କଟକର ବିଧାୟକ ଏକ ମହିଳା ହୋଇ ମହିଳାଙ୍କ ନ୍ୟାୟ ପାଇଁ କାହିଁକି ପାଟି ଖୋଲୁନାହାନ୍ତି | ତାକୁ ନେଇ ପ୍ରଶ୍ନ ଉଠିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories