ବୀରମହାରାଜପୁର ର ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ସମ୍ବିଧାନ ଦିବସ ପାଳିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ, କେନଝିରିଆପାଲି ଠାରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି I ଆୟୋଜିତ ସଭାରେ ପ୍ରଧାନ ଶିକ୍ଷକ ବ୍ରଜମୋହନ ବାରିକ ସଭାପତିତ୍ୱ କରିଥିଲେ I ସହକାରୀ ଶିକ୍ଷକ ଦିନବନ୍ଧୁ ପ୍ରଧାନ ସମ୍ବିଧାନ ପ୍ରସ୍ତବନା ପାଠ କରିବା ସହ ଅଖଣ୍ଡ ଭାରତ ବର୍ଷର ସମ୍ବିଧାନ ହିଁ ପ୍ରାଣ ପିଣ୍ଡ ବୋଲି ବକ୍ତବ୍ୟ ରଖିଥିଲେ I ସହକାରୀ ଶିକ୍ଷକ ପ୍ରମୋଦ କୁମାର ପାତ୍ର, ଜୀବର୍ଦ୍ଧନ ରଣା, ଜଗଦିଶ ପଧାନ ପ୍ରମୁଖ ଉପସ୍ଥିତ ରହି ସମ୍ବିଧାନ ସମ୍ପର୍କ ରେ ବକ୍ତବ୍ୟ ରଖିଥିଲେ I କାର୍ଯ୍ୟକ୍ରମ କୁ ସହକାରୀ ଶିକ୍ଷକ ଗୌରୀ ଶଙ୍କର ପୁଜାହାରୀ ପରିଚାଳନା କରିଥିଲେ l ବିଦ୍ୟାଳୟର କର୍ମଚାରୀ ସି୍ଧେଶ୍ୱର ମେଣ୍ଡିଲି, ଚିତ୍ତରଞ୍ଜନ ପଧାନ, ସରୋଜ ଭୁକ୍ତା ଅଂଶ ଗ୍ରହଣ କରିଥିବାବେଳେ ସହକାରୀ ଶିକ୍ଷକ ମୀନକେତନ ରଣା ଧନ୍ୟବାଦ ଅର୍ପଣ କରିଥିଲେ I ବୁଧବାର ସେହିପରି ବୀରମହାରାଜପୁର ବ୍ଲକ ଲୁତୁରପଙ୍କ କ୍ଲଷ୍ଟର ର ଘିଚାପାଳି ଉଚ୍ଚ ପ୍ରlଥମିକ ବିଦ୍ୟାଳୟ ରେ ୭୬ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି I ଆୟୋଜିତ ସଭା ରେ ପ୍ରଧାନ ଶିକ୍ଷକ ଦ୍ୱିତୀୟl ଝlଙ୍କର ସଭାପତି ତ୍ୱ କରିଥିଲେ I ସହକାରୀ ଶିକ୍ଷକ ମଦନ ସୁନ୍ଦର ଭୋଇ ସମ୍ବିଧାନ ର ପ୍ରସ୍ତlବନା ପଠନ କରାଇଥିବା ବେଳେ ଶିକ୍ଷୟତ୍ରୀ ରଶ୍ମିତା ସାହୁ ମଞ୍ଜୁଳା ଦାଶ ସମ୍ବିଧାନ ର ସମ୍ୟକ ଆଲୋଚନା କରିଥିଲେ ଆମ ଦେଶ ର ସମ୍ବିଧାନ ସର୍ବବୃହତ ସମ୍ବିଧାନ ବୋଲି ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ l

