Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଧାୟକ ଏବଂ ସାଂସଦଙ୍କ ହାତରେ ରହିବନି ଶିକ୍ଷକଙ୍କ ବଦଳି କରିବାର କ୍ଷମତା; ରଦ୍ଦ କଲେ ହାଇକୋର୍ଟ


ଭୁବନେଶ୍ୱର,୨୭|୧୧: ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ନାପସନ୍ଦ କଲା ହାଇକୋର୍ଟ | ବିଧାୟକ ଏବଂ ସାଂସଦଙ୍କୁ ହାଇକୋର୍ଟଙ୍କ ବଡ ଝଟକା | ଏଣିକି ହାତରେ ଆଉ ରହିବନି ଶିକ୍ଷକ ବଦଳି କରିବାର କ୍ଷମତା | କ୍ଷମତା ରଦ୍ଦ କଲେ ହାଇକୋର୍ଟ | ରାଜ୍ୟ ସରକାର କରିଥିବା ଚିଠିକୁ ଖାରଜ କଲେ ହାଇକୋର୍ଟ |

ସୂଚନା ଅନୁସାରେ, ପୂର୍ବରୁ ବିଧାୟକ ଏବଂ ସାଂସଦଙ୍କ ହାତରେ ୧୫ ଜଣ ଶିକ୍ଷକଙ୍କୁ ବଦଳି କରିବାର କ୍ଷମତା ରହିଥିଲା | ଶିକ୍ଷକ ଶିକ୍ଷୟତ୍ରୀ ମାନେ ସାଂସଦ ଏବଂ ବିଧାୟକଙ୍କ ସୁପାରିସରେ ମନ ଇଚ୍ଛା ଯେ କୌଣସି ଜାଗାକୁ ବଦଳି ହୋଇ ଯାଇ ପାରୁଥିଲେ | ଏବଂ ସେହି କ୍ଷମତାକୁ ସ୍ଥଗିତ ରଖିବାକୁ ହାଇକୋର୍ଟକୁ ଚିଠି ରଖିଥିଲେ ରାଜ୍ୟ ସରକାର | କିନ୍ତୁ ଏବେ ସେ କ୍ଷମତାକୁ ଖାରଜ କରିଛନ୍ତି ଉଚ୍ଚ ନ୍ୟାୟାଳୟ | ଏବଂ ତାହା ସହିତ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନଙ୍କୁ ପୂର୍ବ ସ୍ଥାନକୁ ଫେରି ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି | କିନ୍ତୁ ଏବେ ଶିକ୍ଷାବର୍ଷ ଜାରି ରହିଛି | ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢାକୁ ଦୃଷ୍ଟିରେ ରଖି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଏବେ ଅଧାରେ ନ ଆସି ଶିକ୍ଷାବର୍ଷ ଶେଷ ପରେ ଫେରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ