ସୁବଳୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର 40 ତମ ବାର୍ଷିକ କ୍ରୀଡା ଉତ୍ସବ ପାଳନ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା
ବୀରମହାରାଜପୁର ବ୍ଲକ୍ ସୁବଳୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪୦ତମ ବାର୍ଷିକ କ୍ରୀଡା ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ୮ଘ ସମୟରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସ୍ଥାନୀୟ ରାଧାକୃଷ୍ଣ ମଠରୁ କ୍ରୀଡାଜ୍ୟୋତି ଆଣି ନଗର ପରିକ୍ରମା କରି କଲେଜ ସମ୍ମୁଖ ପଡିଆ ଠାରେ ସ୍ଥାପନା କରିଥିଲେ । ଅଧ୍ୟକ୍ଷ ରମାକାନ୍ତ ପୁରୋହିତଙ୍କ ଦ୍ଵାରା କ୍ରୀଡାଧ୍ଵଜ ଉତ୍ତୋଳନ ପୂର୍ବକ କ୍ରୀଡାର ଶୁଭାରମ୍ଭ କରାଯାଇଥିଲା ଏବଂ ସମସ୍ତ ଛାତ୍ରଛାତ୍ରୀ ଶୃଙ୍ଖଳିତ ଆଚରଣ କରିବାକୁ ଶପଥ ପାଠ କରିଥିଲେ । ଏହି ଅବସରରେ ଉପସଭାପତି ବିଶ୍ଵ ରଞ୍ଜନ ସାହୁଙ୍କ ନେତୃତ୍ୱରେ ତଥା ବୀରମହାରାଜପୁର ମହିଳା ମହାବିଦ୍ୟାଳୟର ଖେଳ ଶିକ୍ଷିକା ସରିତା ମିଶ୍ର , ଲୁତୁରରପଙ୍କ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ଶକ୍ତି କିଶୋର ସାମନ୍ତରାୟ ତଥା ଜଟେସିଂହା ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ଉପେନ୍ଦ୍ର କୁମାର ସାହୁଙ୍କ ସହାୟତା ରେ ସୁଚାରୁରୂପେ ବିଭିନ୍ନ ପ୍ରତିଯୋଗିତା ସମ୍ପାଦନ କରାଯାଇଥିଲା । ଉଦ୍ଯାପନି ଉତ୍ସବରେ ପୁର୍ବତନ ଅଧ୍ୟକ୍ଷ ଭୋଳନଥ କର୍ମୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜୀବନରେ କ୍ରୀଡାର ଆବଶ୍ୟକତା ବିଷୟରେ ଛାତ୍ର ଛାତ୍ରୀମାନଙ୍କୁ ଉଦ୍ବୋଧନ ଦେବାସହ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ମାନପତ୍ର ତଥା ଟ୍ରଫି ଦେଇ ପୁରସ୍କୃତ କରିଥିଲେ । ବାଳକ ବିଭାଗରେ ସରୋଜ ବଗର୍ତ୍ତି ଓ ବାଳିକା ବିଭାଗରେ ଅର୍ଚ୍ଚିତା ପ୍ରଧାନ ଚାମ୍ପିଅନ ହୋଇଥିଲେ । ଶେଷରେ ଅଧ୍ୟାପକ ଦେବାଶିଷ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ।

