Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିର୍ଯାତନା ସହି ନପାରି କୋର୍ଟର ଦ୍ୱାରସ୍ତ ହେଲେ ଅଭିନେତ୍ରୀ ସେଲିନା ଜେଟଲି ; ଭରଣପୋଷଣ ପାଇଁ ୫୦ କୋଟି ଟଙ୍କା ଦାବି

ମୁମ୍ବାଇ;୨୭|୧୧: ବୈବାହିକ ଜୀବନରେ ପଡିଲା ଫାଟ | କିଛି ଏଇ ଭଳି ଖବର ଶୁଣିବାକୁ ମିଳୁଛି ବଲିଉଡ ଅଭିନେତ୍ରୀ ସେଲିନା ଜେଟଲିଙ୍କ ସମ୍ପର୍କରେ । ଘରୋଇ ବିବାଦର ସମସ୍ୟାରେ ଘେରି ରହିଛନ୍ତି ଅଭିନେତ୍ରୀ ସେଲିନା ଜେଟଲି । ସ୍ବାମୀ ପିଟର ହାଗଙ୍କ ବିରୋଧରେ ସେ ଘରୋଇ ହିଂସା ମାମଲା ଦାଏର କରିଛନ୍ତି। ଏହି ମାମଲା ସିଧା ମୁମ୍ବାଇର ଫ୍ୟାମିଲି କୋର୍ଟରେ ପଂହଁଚିଲାଣି | ଏହି ଅଭିଯୋଗରେ ସେ କହିଛନ୍ତି ଯେ ସେ ବିଭିନ୍ନ ସମୟରେ ତାଙ୍କ ସ୍ୱାମୀଙ୍କ ଦ୍ୱାରା ପ୍ରତାରିତ ହେଉଥିଲେ | ତାଙ୍କ ସ୍ୱାମୀ ତାଙ୍କୁ ଶାରୀରିକ ଯନ୍ତ୍ରଣା ସହିତ ମାନସିକ ନିର୍ଯାତନା ମଧ୍ୟ ଦେଉଥିଲେ |

ଏହି ଅଭିଯୋଗ ପରେ ମୁମ୍ବାଇର କୋର୍ଟ ହାଗଙ୍କୁ ଏକ ନୋଟିସ୍ ଜାରି କରିଛନ୍ତି। ସେଲିନା ନୋ ଏଣ୍ଟ୍ରି, ଗୋଲମାଲ ରିଟର୍ଣ୍ଣସ୍, ଥାଙ୍କ୍ ୟୁ, ଅପନା ସପନା ମନି ମନି ପରି ଚଳଚିତ୍ରରେ ଅଭିନୟ କରିଛନ୍ତି | ତାଙ୍କ ଅଭିନୟ ମାଧ୍ୟମରେ ସେ ତାଙ୍କ ଦର୍ଶକମାନଙ୍କ ମନ ଜିତିଥିଲେ | ଏହାପରେ ସେ ୨୦୧୧ ମସିହାରେ ଆନୁଷ୍ଠାନିକ ଭାବରେ ବିଶିଷ୍ଟ ଉଦ୍ୟୋଗପତି ପିଟର ହାଗଙ୍କୁ ବିବାହ କରିଥିଲେ। ପାରିବାରିକ ଜୀବନ ସୁରୁଖୁରୁରେ ଚାଲୁଥିବା ବେଳେ ସେ ୨ ଥର ଦୁଇ ଯମଜ ସନ୍ତାନଙ୍କୁ ଜନ୍ମ ମଧ୍ୟ ଦେଇଥିଲେ। କିନ୍ତୁ ଶିଶୁମାନଙ୍କ ମଧ୍ୟରୁ ଜଣେ ହାଇପୋପ୍ଲାଷ୍ଟିକ୍ ନାମକ ହୃଦରୋଗ ଯୋଗୁ ମୃତ୍ୟୁବରଣ କରିବା ପରେ ପରିବାର ସଦସ୍ୟ ଦୁଃଖରେ ଭାଙ୍ଗିପଡିଥିଲେ ।

ସବୁବେଳେ ସକ୍ରିୟ ରହୁଥିବା ଏହି ଅଭିନେତ୍ରୀ ନିଜ ପରିବାର ସହ ବିଭିନ୍ନ ଫଟୋ ସେସିଆଲ ମିଡିଆରେ ଅପଲୋଡ କରିଥାନ୍ତି। କିନ୍ତୁ ହଠାତ ସବୁବେଳେ ଖୁସିରେ ରହୁଥିବା ଦମ୍ପତିଙ୍କ ଭିତରେ ବିବାଦ ଦେଖାଦେଇଥିଲା। ବିବାଦର ପରିଣାମ ଅନୁଯାୟୀ ଅଭିନେତ୍ରୀ ସେଲିନା ଜେଟଲି କୋର୍ଟରେ ଛାଡପତ୍ର ଆବେଦନ କରିଥିଲେ। ଯେଉଁଥିରେ ସେ ତାଙ୍କ ସ୍ବାମୀ ପିଟର ତାଙ୍କୁ ସବୁ ସମୟରେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିବାର କଥାକୁ ଉଲ୍ଲେଖ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସ୍ବାମୀଙ୍କ ଅତ୍ୟାଚାର କାରଣରୁ ତାଙ୍କୁ ଆଟ୍ରିୟା ଛାଡି ଭାରତ ଆସିବାକୁ ପଡିଥିଲା। ଏପରିକି ବାହାଘର ପରେ ସ୍ୱାମୀ ପିଟର ତାଙ୍କୁ ଚାକିରି କରିବା ପାଇଁ ବାରଣ ମଧ୍ୟ କରୁଥିଲେ। ରିପୋର୍ଟ ମୁତାବକ ସେଲିନା ତାଙ୍କ ସ୍ୱାମୀଙ୍କ ଠାରୁ ମାନସିକ ଏବଂ ଶାରୀରିକ ନିର୍ଯାତନା ପାଇଁ ୫୦ କୋଟି ଟଙ୍କାର ଭରଣପୋଷଣ ପାଇଁ ଦାବି କରିଛନ୍ତି|

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ