Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟାରେ ବାବା ଅବଧୂତ ମହୋତ୍ସବ ପାଇଁ ଆଜ୍ଞାମାଳ ନେଇ ସହର ପରିକ୍ରମା କଲେ ସାଂସ୍କୃତିକ ଶୋଭାଯାତ୍ରା ରେ

ବୀରମହାରାଜପୁର :
ସଂସ୍କୃତି ଓ ପରମ୍ପରା ର ପୃଷ୍ଟଭୂମି ସୁବର୍ଣ୍ଣପୁର ଜିଲ୍ଲା l ସଦା ସର୍ବଦା ତାର ଐତିହ, ସଂସ୍କୃତି ଏବଂ ପରମ୍ପରା ପାଇଁ ଓଡ଼ିଶାର ସାଂସ୍କୃତିକ ମାନଚିତ୍ରରେ ସବୁବେଳେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ବେଳେ, ଏଠି ବାର ମାସରେ ଅନୁଷ୍ଠିତ ହୋଇଥାଏ ତେର ପର୍ବ, ଯେମିତିକି ଜିଲ୍ଲାର ସୁବଳୟାର ବାବା ଅବଧୂତ ମହୋତ୍ସବ l ଏହିମହୋତ୍ସବ ଚଳିତ ବର୍ଷ ନବମ ବର୍ଷରେ ପଦାର୍ପଣ କରୁଛି I ମହୋତ୍ସବର ଆୟୋଜକ ବାବା ଅବଧୂତ ସାଂସ୍କୃତିକ ସଙ୍ଘ ସୁବଳୟା ଧିବରପଡା l ଆସନ୍ତା ଜାନୁଆରୀ ମାସରେ ଏହି ମହୋତ୍ସବର ଆୟୋଜନ ହେବାକୁ ଯାଉଥିବା ବେଳେ, ଆଜି ରାତି ୮ ଟା ପର୍ଯ୍ୟନ୍ତ ନବମ ବାବା ଅବଧୂତ ମହୋତ୍ସବ ନିମନ୍ତେ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ଆଜ୍ଞ୍ୟାମାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଗୁରୁବାର ଏହି କ୍ରମରେ ସଂଘର ସଦସ୍ୟ ଏବଂ ପରିବାର ସଦସ୍ୟ ମିଶି ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରାରେ ମନ୍ଦିର ସମ୍ମୁଖରୁ ବାହାରି ନଗର ପରିକ୍ରମା ପୂର୍ବକ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପହଂଚି ଥିଲେ l ସେଠାରେ ପାଳିଆ ସେବାୟତ ସମ୍ପଦ ପୁଜାହାରୀ ଜଗତର ନାଥ ଜଗନ୍ନାଥଙ୍କୁ ରୀତିନୀତି ଅନୁସାରେ ପୂଜାର୍ଚନା ପୂର୍ବକ ମହୋତ୍ସବ ପାଇଁ ଆଜ୍ଞ୍ୟାମାଳ ପ୍ରଦାନ କରିଥିଲେ l ଆଜ୍ଞ୍ୟାମାଳ ପାଇଲା ପରେ ମନ୍ଦିରରୁ ପୁଣି ସାଂସ୍କୃତିକ ଶୋଭାଯାତ୍ରା ଆରମ୍ଭ ହୋଇ ଶ୍ରଦ୍ଧାଳୁ ମାନେ ମହୋତ୍ସବ ସ୍ଥଳରେ ପହଂଚି ରୀତି ନୀତି ଅନୁସାରେ ପୂଜାର୍ଚନା ପୂର୍ବକ ଶୁଭ ସ୍ତମ୍ଭ ସ୍ଥାପନ କରିଥିବା ଦେଖିବାକୁ ମିଳିଛି l ଚଳିତ ବର୍ଷ ଲିଙ୍ଗରାଜ ବେହେରା ସପତ୍ନୀକ କର୍ତ୍ତା ଦାଇତ୍ୱ ନିର୍ବାହ କରୁଥିବା ବେଳେ, ପୂଜକ ଶ୍ୟାମ ସୁନ୍ଦର ପୁଜାହାରୀ ପୂଜାକର୍ମ ସମ୍ପାଦନ କରୁଛନ୍ତି l ଏହି ସମୟରେ ସମଗ୍ର ସହରରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିବା ବେଳେ, ଗାୟକ ବିଶ୍ୱଜିତ ସେଠୀଙ୍କ ସୁମଧୁର ଭଜନ ପରିବେଷଣ ଶୈଳୀ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ବିମୋହିତ କରିଥିଲା l ତେବେ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ପ୍ରମୋଦ କୁମାର ମହାପାତ୍ର, ସମାଜସେବୀ ଶରତ କୁମାର ମିଶ୍ର, ସନ୍ତୋଷ କୁମାର ମେହେରଙ୍କ ସମେତ ସଂଘର ସ୍ଥାଇ ସଭାପତି ରାଜେଶ କୁମାର ସେଠି ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ