Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଭିନେତା ରେ ଷ୍ଟିଭେନ୍‌ସନ୍‌ଙ୍କ ପରଲୋକ

ନୂଆଦିଲ୍ଲୀ: ବ୍ଲକବଷ୍ଟର ଫିଲ୍ମ ଆରଆରଆରରେ ଖଳନାୟକ ଚରିତ୍ରରେ ଅଭିୟୟ କରି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଅଭିନେତା ରେ ଷ୍ଟିଭେନ୍‌ସନ୍‌ଙ୍କ ପରଲୋକ। ଫିଲ୍ମ ଆରଆରଆରରେ ନିଜ ଦମଦାର ଅଭିନୟ ବଳରେ ଖଳନାୟକ ଚରିତ୍ରକୁ ନିଖୁଣ ଭାବେ ନିଭେଇ ଥିଲେ ଷ୍ଟିଭେନ୍‌ସନ୍‌। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ତେବେ ଗତ ୩ ଦିନ ତଳେ ସେ ତାଙ୍କ ଜନ୍ମଦିନ ପାଳନ କରିଥିଲେ ।

ଷ୍ଟିଭେନ୍‌ସନ୍‌, ୧୯୯୦ ଦଶକରେ ଟିଭି ଶୋ’ରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ୨୦୦୦ ମସିହାରୁ ହଲିଉଡ୍ ଚଳଚ୍ଚିତ୍ରରେ ଆକ୍ସନ୍ ରୋଲ୍ ଅବତରଣ କରିବା ଆରମ୍ଭ କରିଥିଲେ ଷ୍ଟିଭେନ୍‌ସନ୍‌।

ସେ ହଲିଉଡ୍ ଫିଲ୍ମ Antoine Fuqua’s ପ୍ରମୁଖ ଭୂମିକାରେ ନଜର ଆସିଥିଲେ। ଏହି ଚଳଚ୍ଚିତ୍ର ୨୦୦୪ରେ ମୁକ୍ତିଲାଭ କରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ