Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେଶବାସୀଙ୍କୁ କାହିଁକି କ୍ଷମା ମାଗିଲେ କ୍ରିକେଟର ରିଷଭ ପନ୍ତ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୦-୨ରେ ଟେଷ୍ଟ ସିରିଜ୍ ହାରିବା ପରେ ୱିକେଟକିପର-ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି। ଏପରିକି ଗିଲଙ୍କ ସ୍ଥାନରେ ଗୌହାଟୀ ଟେଷ୍ଟରେ ଭାରତ ପାଇଁ କ୍ୟାପ୍ଟେନ୍ସି କରିଥିବା ରିଷଭ ପନ୍ତ ଟିମ୍ ଇଣ୍ଡିଆର ଶୋଚନୀୟ ପରାଜୟ ଉପରେ ମୁହଁ ଖୋଲିଛନ୍ତି ।

ପନ୍ତ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଟିମ୍ ଗତ ଦୁଇ ସପ୍ତାହ ମଧ୍ୟରେ ଆଶା ଅନୁଯାୟୀ ଭଲ କ୍ରିକେଟ୍ ଖେଳିନାହିଁ। ସେ ସ୍ୱୀକାର କରିଛନ୍ତି ଯେ ଦଳ ତାର ଆଶା ଅନୁସାରେ କାର୍ଯ୍ୟ କରିନାହିଁ ଏବଂ ଦେଶବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛି। ଦକ୍ଷିଣ ଆଫ୍ରିକା ଭାରତକୁ ୦-୨ରେ ପରାସ୍ତ କରି ହ୍ୱାଇଟ୍ୱାସ୍ କରିଛି, ଏବଂ ୨୫ ବର୍ଷ ମଧ୍ୟରେ ଭାରତୀୟ ମାଟିରେ ପ୍ରଥମ ସିରିଜ୍ ମଧ୍ୟ ଜିତିଛି।

ଭାରତର ପରାଜୟ ଯୋଗୁଁ ଗୌତମ ଗମ୍ଭୀର ସମାଲୋଚନାର ଶିକାର ହୋଇଛନ୍ତି। ଏହି ସିରିଜରେ ପନ୍ତଙ୍କ ପ୍ରଦର୍ଶନ ମଧ୍ୟ ଆଶାଠାରୁ କମ୍ ଥିଲା। ପନ୍ତ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ଦୁଇଟି ମ୍ୟାଚ୍ ରେ ଚାରୋଟି ଇନିଂସରେ ମାତ୍ର ୪୯ ରନ କରିଥିଲେ।

ସେ ପୋଷ୍ଟରେ ଲେଖିଛନ୍ତି, “ଗତ ଦୁଇ ସପ୍ତାହ ଧରି ଆମେ ଯେତିକି ଭଲ କ୍ରିକେଟ ଖେଳିବା ଉଚିତ ଥିଲା ତାହା ହୋଇନାହିଁ। ଏକ ଦଳ ଏବଂ ଖେଳାଳି ଭାବରେ ଆମେ ସର୍ବଦା ସର୍ବୋଚ୍ଚ ସ୍ତରରେ ପ୍ରଦର୍ଶନ କରିବାକୁ ଏବଂ ଲକ୍ଷ ଲକ୍ଷ ଭାରତୀୟଙ୍କ ମୁହଁରେ ହସ ଫୁଟାଇବାକୁ ଚାହୁଁଛୁ। ଏଥର ଆଶା ପୂରଣ ନ କରିବା ପାଇଁ ଦୁଃଖିତ। କିନ୍ତୁ କ୍ରୀଡ଼ା ଆପଣଙ୍କୁ ଏକ ଦଳ ଭାବରେ ଏବଂ ବ୍ୟକ୍ତିଗତ ଭାବରେ ଶିଖିବା ଏବଂ ଭଲ ପ୍ରଦର୍ଶନ କରିବାର ସୁଯୋଗ ଦିଏ।”ଗୋଟିଏ ମ୍ୟାଚ ବା ଗୋଟିଏ ସିରିଜ ଆମକୁ ଦୁର୍ବଳ କରିବାପାରିବନି ବରଂ ଆମେ ଏଥିରୁ କିଛି ଶିକ୍ଷା ପାଇଛୁ ଆଗକୁ କଠିନ ପରିଶ୍ରମ କରିବୁ। ଭାରତୀୟ ଟିମକୁ ପ୍ରତିନିଧିତ୍ୱ କରିବା ମୋ ପାଇଁ ଜୀବନର ସବୁଠୁ ବଡ଼ ସମ୍ମାନ। ଆମେ ଜାଣିଛୁ ଆମ ଟିମ୍ କେତେ ସକ୍ଷମ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ