Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଧ୍ୟରାତ୍ରିରେ ଟ୍ରକରେ ଅମ୍ବାଲାରୁ ଚଣ୍ଡିଗଡ଼ ଗଲେ ରାହୁଲ, ଡ୍ରାଇଭରଙ୍କ ସମସ୍ୟା ପଚାରି ବୁଝିଲେ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଛାତ୍ର, ଯୁବ ବର୍ଗ ଏବଂ କୃଷକଙ୍କୁ ଭେଟିବା ପରେ ଏବେ ଟ୍ରକ ଡ୍ରାଇଭରଙ୍କୁ ଭେଟିବାକୁ ପହଞ୍ଚି ଯାଇଛନ୍ତି। ସେ ଅମ୍ବାଲାରୁ ଚଣ୍ଡିଗଡ଼ ପର‌୍ୟ୍ୟନ୍ତ ଏକ ଟ୍ରକରେ ଯାତ୍ରା କରିଛନ୍ତି। କୁହାଯାଉଛି ରାହୁଲ ଗାନ୍ଧୀ ସିମଲା ଯାଉଥିଲେ। ଏହି ସମୟରେ ସେ ଡ୍ରାଇଭରମାନଙ୍କ ସହ କଥାବାର୍ତ୍ତା ହେବା ଉଦ୍ଦେଶ୍ୟରେ ଏକ ଟ୍ରକରେ ଯାଇ ବସିଥିଲେ। କଂଗ୍ରେସ ତରଫରୁ ଏହାର ଭିଡ଼ିଓ ସେୟାର କରାଯାଇଛି।

କଂଗ୍ରେସ ଭିଡିଓ ଟୁଇଟ୍ କରି ଲେଖିଛି ଯେ, ରାହୁଲ ଗାନ୍ଧୀ ଟ୍ରକ ଡ୍ରାଇଭରଙ୍କ ସହ ଦିଲ୍ଲୀରୁ ଚଣ୍ଡିଗଡ଼ ପର‌୍ୟ୍ୟନ୍ତ ଯାତ୍ରା କରିଛନ୍ତି। ଭାରତର ସଡ଼କରେ ପାଖାପାଖି ୯୦ ଲକ୍ଷ ଟ୍ରକ ଡ୍ରାଇଭର ଅଛନ୍ତି। ସେମାନଙ୍କର ନିଜର ମଧ୍ୟ ସମସ୍ୟା ରହିଛି। ସେମାନଙ୍କ ସମସ୍ୟା ଏବଂ ମନକଥା ପଚାରି ବୁଝିଛନ୍ତି ରାହୁଲ ଗାନ୍ଧୀ। କଂଗ୍ରେସ ନେତା ଶ୍ରୀନିବାସ ଟୁଇଟ୍ କରିଛନ୍ତି ଯେ, ରାହୁଲ ନିଜ ମନ କଥା ନୁହେଁ, ଦେଶର ମନ କଥା ଶୁଣିଥାନ୍ତି।

ସୁପ୍ରିୟା ଶ୍ରୀନେତ ମଧ୍ୟ ଟୁଇଟ୍ କରି ଲେଖିଛନ୍ତି, ଅଧ ରାତିରେ ସେ ଟ୍ରକ ଡ୍ରାଇଭରଙ୍କୁ କାହିଁକି ଭେଟୁଛନ୍ତି ? କାରଣ ସେ ଦେଶବାସୀଙ୍କ କଥା ଶୁଣିବାକୁ ଚାହାନ୍ତି, ସେମାନଙ୍କର ସମସ୍ୟା ପଚାରି ବୁଝିବାକୁ ଚାହାନ୍ତି। ଧିରେ ଧିରେ ଏହା ହୃଦବୋଧ ହେଲାଣି ଯେ, ଏହି ଦେଶ ପୁଣି ଥରେ ଭଲ ପାଇବା ଏବଂ ଶାନ୍ତି ରାସ୍ତାରେ ଫେରି ଯିବାକୁ ଚାହୁଁଛି। ଶେଷରେ ଏହି ଦେଶ ରାହୁଲ ଗାନ୍ଧୀଙ୍କ ସହ ଅଗ୍ରସର ହେଲାଣି।

ଜଣେ ୟୁଜର ଲେଖିଛନ୍ତି, ରାହୁଲ ଗାନ୍ଧୀଙ୍କୁ ଟ୍ରକରେ ଯାତ୍ରା କରିବା ଦେଖି ତାଙ୍କ ପ୍ରଶଂସା କରିବାକୁ ମୋ ପାଖରେ ଶବ୍ଦ ନାହିଁ। ପୁରା ମାଟିର ନେତା ରାହୁଲ ଗାନ୍ଧୀ। ଆଉ ଜଣେ ୟୁଜର କହିଛନ୍ତି, ଦେଶର ଏମିତି କେଉଁ ନେତା ଅଛନ୍ତି ଯିଏ ଏତେ ଗରମରେ ମଧ୍ୟ ରାତ୍ରରେ ଟ୍ରକ ଡ୍ରାଇଭରମାନଙ୍କ ସହ ମିଶି ସେମାନଙ୍କ ସମସ୍ୟା ପଚାରି ବୁଝୁଛନ୍ତି। ଏବେ ଲୋକଙ୍କୁ ବିଶ୍ଵାସ ହେବାରେ ଲାଗିଲାଣି ଯେ, ସେମାନଙ୍କ ଭବିଷ୍ୟତ ସୁରକ୍ଷିତ ହାତରେ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ