Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯଉଁରାଭଉଁରା ଉଚ୍ଚ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ଅର୍ନ୍ତଗତ ଯଉଁରାଭଉଁରା ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଶନିବାର ଅନୁଷ୍ଠିତ ହୋଇଯାଇଛି । ଉଲୁଣ୍ଡା ବି ଇ ଓ ଅଜୟ କୁମାର ଲୁହାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ADEO ସୋନପୁର ଘନଶ୍ୟାମ ମେହେର , ମୁଖ୍ୟ ବକ୍ତା ପୂର୍ବ ପ୍ରଧାନ ଶିକ୍ଷକ ଯଉଁରାଭଉଁରା ଉଚ୍ଚ ବିଦ୍ୟାଳୟ ରାଧେଶ୍ୟାମ ପୁରୋହିତ , ସମ୍ମାନିତ ଅତିଥି ଭାବରେ ଅଧ୍ୟକ୍ଷା ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିନିକାର ରେଖା ପଧାନ, ନୋଡାଲ ପ୍ରଧାନ ଶିକ୍ଷକ ଉଲୁଣ୍ଡା ନଳିନୀ କୁମ୍ଭାର , ତଥା ପରିଚାଳନା କମିଟି ସଭାପତି ପଦ୍ମଲୋଚନ ଗାଈଗାରିଆ ପ୍ରମୁଖ ଯୋଗଦାନ କରିଥିଲେ । ସେହିପରି ଉଦ୍‌ଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁବର୍ଣ୍ଣପୁର ମୀନାରାଣୀ ମଙ୍ଗଳ , ମୁଖ୍ୟ ବକ୍ତା ବ୍ଲକ ଶିକ୍ଷା ଅଧିକାରୀ ବିନିକା ଲବଣ କୁମାର ମିଶ୍ର , ସମ୍ମାନିତ ଅତିଥି ଭାବରେ ପୂର୍ବତନ ସରପଞ୍ଚ ଯଉଁରାଭଉଁରା ତ୍ରିନାଥ ଭୋଇ ଓ ABEO ଉଲୁଣ୍ଡା ଯୋଗେଶ୍ୱର ଦାଶ ଯୋଗଦାନ କରିଥିଲେ।
ଉଭୟ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସର୍ବେଶ୍ୱର ପୂଜାହାରୀ ଅତିଥି ମାନଙ୍କର ସ୍ୱାଗତ ଓ ପରିଚୟ ପ୍ରଦାନ କରିଥିବା ବେଳେ ଅନିରୁଦ୍ଧ କୁରୁକୁରିଆ ମଞ୍ଚ ପରିଚାଳନା କରିଥିଲେ l ଶେଷରେ ABEO, ଉଲୁଣ୍ଡା ମୁକେଶ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।
ଏଥିରେ ସମସ୍ତ ବ୍ଲକ ରୁ ଆସିଥିବା ସର୍ବମୋଟ ୧୫୬ ଜଣ ଶିଶୁ ବୈଜ୍ଞାନିକ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ l ବିଚାରକ ଭାବେ ଯୋଗଦାନ କରିଥିବା ବିଜ୍ଞାନ ଶିକ୍ଷକ ପ୍ରିୟ ରଞ୍ଜନ ଭୋଇ , ଦିବ୍ୟ ରଞ୍ଜନ ପଧାନ ତଥା ଲକ୍ଷ୍ମୀ ଧର ପଧାନ ୧୩ଟି ପ୍ରକଳ୍ପ କୁ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାରେ ଭାଗ ନେବା ପାଇଁ ମନୋନୀତ କରିଥିଲେ । ପ୍ରଦର୍ଶନୀ ପରିଚାଳନାରେ ସହଯୋଗ କରିଥିଲେ ବ୍ଲକ ବିଜ୍ଞାନ ସମ୍ପାଦକ ସୁଧୀର କୁମାର ହୋତା, ରୋହିତ ଦଣ୍ଡସେନା ଓ ବାବୁଲୁ ମେହେର l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ