Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାରବାଟୀ ଟି-ଟ୍ୱେଣ୍ଟି ମ୍ୟାଚ ପାଇଁ ଆଜିଠୁ ଅନ୍‌ଲାଇନରେ ମିଳିବ ଟିକେଟ; ଜାଣନ୍ତୁ କେତେ ରହିଛି ଦାମ…

କଟକ ୦୧|୧୨: ଓଡିଶା ବାରବାଟୀ ଷ୍ଟାଡିୟମରେ ହେବ କ୍ରିକେଟ ଟି-୨୦ ମ୍ୟାଚ୍ | ଆଉ ଏଥିପାଇଁ ଆରମ୍ଭ ହୋଇ ହୋଇଛି କାଉଣ୍ଟ ଡାଉନ୍ । ଆସନ୍ତା ୯ରେ ମ୍ୟାଚ୍ ହେବାକୁ ଥିବାବେଳେ ଆଜିଠାରୁ ଅନଲାଇନରେ ଟିକେଟ ଉପଲବ୍ଧ ହେବାର ରହିଛି | ପୂର୍ବ ମ୍ୟାଚ୍ ଅପେକ୍ଷା ଏଥର ଟିକେ୍ଟ ହ୍ରାସ ପାଇଛି | ଅର୍ଥାତ୍ ପୂର୍ବରୁ ୪୦୦୦ ଦର୍ଶକଙ୍କ ପାଇଁ ଏହା ଉପଲବ୍ଧ ହୋଇଥିଲା ଏବେ କେବଳ ମାତ୍ର ୨ହଜାର ଟିକେଟ୍ ଦର୍ଶକଙ୍କ ପାଇଁ ଅନଲାଇନରେ ଉପଲବ୍ଧ ହେବ । ସେହିପରି ଅଫଲାଇନରେ ମଧ୍ୟ ଟିକେଟ୍ ସଂଖ୍ୟା କମ ରହିଛି।

ଷ୍ଟାଡିଅମର କିଛି ଗ୍ୟାଲେରୀ ଦୁର୍ବଳ ରହିଛି | ତେଣୁ ଦର୍ଶକଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ଓସିଏ କର୍ତ୍ତୃପକ୍ଷ ସୂଚନ ଦେଇଛନ୍ତି | ଏହାଦ୍ବାରା ଗ୍ୟାଲେରୀ ସିଟ୍ ୨ରୁ ଅଢ଼େଇ ହଜାରକୁ ହ୍ରାସ ପାଇଛି | ଏବଂ ୧୯ ଇଞ୍ଚ ବିଶିଷ୍ଟ ସିଟକୁ ୨୨ ଇଞ୍ଚ କରିବାକୁ ନିଷ୍ପତ୍ତି ନିଆଯାଇଛି । ବାରବାଟୀରେ ହେବାକୁ ଯାଉଥିବା ଟି-୨୦ ମ୍ୟାଚ୍ ଲଢ଼େଇ ପାଇଁ ଆଜିଠୁ ଅନଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ। ଅନଲାଇନରେ ମୋଟ ୨୦୦୦ ଟିକେଟ୍ ବିକ୍ରି ହେବ । ଡିଷ୍ଟ୍ରିକ୍ଟ ବାଏ ଜୋମୋଟୋରେ ଉପଲବ୍ଧ ହେବ ଟିକେଟ୍ । ଅନଲାଇନ୍ ଟିକେଟ୍ କ୍ରେତାଙ୍କୁ ଡିସେମ୍ବର ୮ ଓ ୯ରେ ମିଳିବ ଟିକେଟ୍ ।

ସେହିପରି ଅଫଲାଇନ୍‌ରେ ବିକ୍ରି ହେବ ୧୧,୦୦୦ ଟିକେଟ୍ । ବିଭିନ୍ନ ଗ୍ୟାଲେରୀ ଅନୁସାରେ ମୂଲ୍ୟ ଅଲଗା ଅଲଗା ରହିଛି | ତେବେ ସମୁଦାୟ ସିଟ୍ ସଂଖ୍ୟା: ୪୨,୦୦୦, ରହିଛି | ଗ୍ୟାଲେରୀ ନମ୍ବର ୧ ଓ ୩ରେ ୧୧୦୦ ଟଙ୍କା । ସେହିପରି ଗ୍ୟାଲେରୀ ନମ୍ବର ୨ ଓ ୪ରେ ୯୦୦ ଟଙ୍କା ଟିକେଟ ରହିଛି । ଗ୍ୟାଲେରୀ ନମ୍ବର ୫ରେ ୧୨୦୦ ଟଙ୍କା, ଗ୍ୟାଲେରୀ ନମ୍ବର ୭ରେ ୭୦୦ ଟଙ୍କା, ସ୍ପେଶାଲ ଏନ୍‌କ୍ଲୋଜର: ୬,୦୦୦ ଟଙ୍କା, ଏସି ବକ୍ସରେ ୮,୦୦୦ ଟଙ୍କା, ନ୍ୟୁ ପାଭିଲିୟନ୍ରେ ୧୦,୦୦୦ ଟଙ୍କା, ଏବଂ କର୍ପୋରେଟ୍ ବକ୍ସରେ ୨୦,୦୦୦ ଟଙ୍କା ରହିଛି |ସେହିପରି ମ୍ୟାଚ୍ ପାଇଁ ସିଟ୍ ମଧ୍ୟରେ ବ୍ୟବଧାନ ୨୨ ଇଞ୍ଚ୍ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ