Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭତ୍ତା ଟଙ୍କା ପାଇଁ ପେଟ୍ରୋଲ ଢାଳି କଲେ ଆତ୍ମହତ୍ୟା ଉଦ୍ୟମ

ବାଙ୍କୀ,୧|୧୨: ଆଜି ବାଙ୍କୀ ବ୍ଲକରେ ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ଚାଲିଥିଲା | ଶୁଣାଣି ଚାଲିଥିବା ସମୟରେ ଜଣେ ବିଧବା ମହିଳା ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ମହିଳା ଜଣଙ୍କ ହେଉଛନ୍ତି ବୈଦେଶ୍ଵର ଗାଁର ବାସିନ୍ଦା ସସ୍ମିତା ମାଝୀ | ସେ ଦୀର୍ଘ ଦିନ ଧରି ନିଜ ସ୍ୱାମୀଙ୍କ ଦେହାନ୍ତ ହେବା ପରେ ପରିବାର ଭତ୍ତା ପ୍ରାପ୍ୟ ୨୦ ହଜାର ଟଙ୍କା ପାଇବା ଲାଗି ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ସସ୍ମିତା ସେଠୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ । ମାତ୍ର ଲିଗାଲ ହେୟାର ସାର୍ଟିଫିକେଟରେ କିଛି ଭୁଲ ଥିବା ଦର୍ଶାଇ ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ତାଙ୍କୁ ଫେରାଇ ଦେଉଥିଲେ ।

ତେଣୁ ସେ ଆଜି ଜିଲ୍ଲାପାଳଙ୍କ ଅଫିସରେ ଜନ ଶୁଣାଣି ଅଭିଯୋଗ ଚାଲିଥିବା ସମୟରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ମାତ୍ର ସେଠାରେ ଉପସ୍ଥିତ ଥିବା ପୋଲିସ ତାଙ୍କଠାରୁ ପେଟ୍ରୋଲ ବୋତଲ ଛଡାଇ ନେବା ସହ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ। ଯଦି ଆଗାମୀ ଦିନରେ ତାଙ୍କ ସମସ୍ୟାର ସମାଧାନ ନହୁଏ, ତେବେ ସେ ପୁନର୍ବାର ଆତ୍ମାହୁତି ଦେବେ ବୋଲି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ