Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଟକରେ ଭଙ୍ଗା ହେବ ସମସ୍ତ ବିପଦ ଶଂକୁଳ କୋଠା: ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

କଟକ,୨|୧୨: କିଛିଦିନ ତଳେ କଟକରେ ଏକ ପୁରୁଣା କୋଠାର ବାଲକୋନି ଭୁଶୁଡିବା ଘଟଣାରେ କିଛି ଲୋକ ଆହତ ହେବା ସହିତ ଏକ ଦମ୍ପତ୍ତି ଏବଂ ତାଙ୍କର ପାଞ୍ଚ ବର୍ଷର ଛୁଆର ମୃତ୍ୟୁ ଘଟିଥିଲା | ଘଟଣା ପରେ ରାଜ୍ୟ ରାଜନୀତି ଜୋର ଧରିଥିଲା । ତେବେ ଏହା ମଧ୍ୟରେ ବିଭାଗୀୟ ମନ୍ତ୍ରୀ ବିଧାନସଭାରେ ଏକ ବଡ଼ ସୂଚନା ଦେଇଛନ୍ତି । ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, କଟକରେ ଥିବା ସମସ୍ତ ବିପଦ ଶଂକୁଳ କୋଠା ଗୁଡିକ ଚିହ୍ନଟ କରାଯାଇ ଖୁବଶୀଘ୍ର ଭଙ୍ଗାଯିବା ପ୍ରକ୍ରିୟା ଆରମ୍ଭ କରାଯିବ |

ଏନେଇ କୋଠାଗୁଡିକୁ ଚିହ୍ନଟ କରିବାକୁ ଏକ ବିଶେଷ କମିଟିର ଗଠନ କରାଯାଇଥିବା କଥା ମଧ୍ୟ ମନ୍ତ୍ରୀ କହିଛନ୍ତି । ଏହି କମିଟି କଟକ ମହାନଗର ଅଧିନରେ ଥିବା ସମସ୍ତ ବିପଦ ଶଂକୁଳ କୋଠାଗୁଡିକୁ ଚିହ୍ନଟ କରିବ । ଏବେ କମିଟିର ସଦସ୍ୟମାନେ ୱାର୍ଡରୁ ୱାର୍ଡ ବୁଲି ସର୍ଭେ କରୁଛନ୍ତି । ସର୍ଭେ କାମ ଶେଷ ହେଲେ ଚିହ୍ନଟ କରାଯାଇଥିବା କୋଠାଗୁଡିକର ମାଲିକମାନଙ୍କୁ ପ୍ରଥମେ ନୋଟିସ ଦେଇ ତା ପରେ ଭଙ୍ଗାଯିବ ।

ସୂଚନା ଅନୁସାରେ, ଗତ ନଭେମ୍ବର ୮ ତାରିଖରେ ମଣିସାହୁ ଛକ ହାଡିବନ୍ଧୁ ହାଇସ୍କୁଲ ନିକଟରେ ଏକ ପୁରୁଣା କୋଠାର ବାଲକୋନୀ ଭାଙ୍ଗିଯିବାରୁ କଟକ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାସହ ଜଣେ ମହିଳା ଓ ଜଣେ ଶିଶୁ ଗୁରୁତର ମଧ୍ୟ ହୋଇଥିଲେ ।

ସୂଚନା ଅନୁଯାୟୀ ଅଘଟଣ ଘଟିଥିବା ଏ ଆପାର୍ଟମେଣ୍ଟର ବିଲ୍‌ଡିଂ ଆପ୍ରୁଭାଲ୍ ନଥିଲା । ବେଆଇନ ଭାବେ ତିଆରି ହୋଇଥିଲା ୬ ମହଲା ବିଶିଷ୍ଟ କୋଠା । ତା ଛଡ଼ା ଆପାର୍ଟମେଣ୍ଟର ମାଲିକାନାକୁ ନେଇ ବି ବିବାଦ ଲାଗିରହିଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । କଟକରେ ରହିଛି ମାଳମାଳ ଅସୁରକ୍ଷିତ ବିଲ୍‌ଡିଂ । ଯେଉଁ ବିଲ୍‌ଡିଂ ଗୁଡିକର ମରାମତି ମଧ୍ୟ କରାଯାଉ ନାହିଁ | ସହରରେ ୨୨୧ଟି ବିପଦସଙ୍କୁଳ କୋଠା ଥିବା ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲା ପ୍ରଶାସନ । ଏସବୁ ବିଲ୍‌ଡିଂ ୮ଟି ସରକାରୀ ସଂସ୍ଥା ଏବଂ ୨ ଜଣ ବ୍ୟକ୍ତି ବିଶେଷଙ୍କ ନାଁରେ ରହିଛି । ସେସବୁକୁ ଖାଲି କରିବା ସହ ଭାଙ୍ଗିବା ଲାଗି ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା । ମାତ୍ର ଏହା ଉପରେ କୌଣସି ପ୍ରକାର ପଦକ୍ଷେପ ନିଆଯାଇନାହିଁ। ପ୍ରଶ୍ନ ଉଠୁଛି ଯଦି ବିପଦସଙ୍କୁଳ ଅବସ୍ଥାରେ ଥିବା ଏହି କୋଠା ଗୁଡିକରେ କିଛି ଅଘଟଣ ଘଟେ ତେବେ ଏଥିପାଇଁ କିଏ ଦାୟୀ ରହିବ?

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ