Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ସହ ଲଢେଇରେ AAPକୁ ମିଳିପାରେ କଂଗ୍ରେସର ସମର୍ଥନ, ରଣନୀତି ବଦଳାଇଲା ମୁଖ୍ୟ ବିରୋଧୀ ଦଳ

ନୂଆଦିଲ୍ଲୀ: ଦେଶର ମୁଖ୍ୟ ବିରୋଧୀ ପାର୍ଟି କଂଗ୍ରେସ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ରାଜନୈତିକ ଲଢେଇରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛି। ଏନଡିଟିଭିର ରିପୋର୍ଟ ଅନୁଯାୟୀ, କଂଗ୍ରେସ କହିଛି ଜୁଲାଇରେ ଆରମ୍ଭ ହେଉଥିବା ସଂସଦର ମୌସୁମୀ ଅଧିବେଶନରେ ଦିଲ୍ଲୀରେ ପଦୋନ୍ନତି ଏବଂ ବଦଳି ଉପରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟକାରୀ ଆଦେଶର ବିରୋଧ କରିବ। ହେଲେ ପାର୍ଟିର ବରିଷ୍ଠ ନେତା କେସି ବେଣୁଗୋପାଳ କହିଛନ୍ତି କଂଗ୍ରେସ ଦିଲ୍ଳୀରେ ବଦଳି ସଂପର୍କିତ ଅଧ୍ୟାଦେଶ ଉପରେ ଅଦ୍ୟାବଧି କୌଣସି ନିଷ୍ପତ୍ତି ନେଇ ନାହିଁ। ରାଜ୍ୟ ଶାଖା ସହ ଆଲୋଚନା ପରେ ଏହା ଉପରେ ନିଷ୍ପତ୍ତି ନିଆଯିବ।

ସୂଚନାଯୋଗ୍ୟ, ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ଏହା ପୂର୍ବରୁ ସମସ୍ତ ବିରୋଧୀ ଦଳଗୁଡ଼ିକୁ ଏହି ପ୍ରସଙ୍ଗରେ ସହଯୋଗ ଲୋଡ଼ିଥିଲେ। କେଜ୍ରିଓ୍ଵାଲ୍ କହିଥିଲେ, ଯଦି ବିରୋଧୀ ଏକଜୁଟ୍ ରହିବେ ତେବେ ୨୦୨୪ରେ ବିଜେପିକୁ ହରାଇବାରେ ଏହା ବେଶ ସହାୟକ ହେବ। ଏହା ପୂର୍ବରୁ ନିକଟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ଵୀ ଯାଦବଙ୍କୁ ଭେଟିଥିଲେ। ଦୁଇ ନେତା ଉପରୋକ୍ତ ପ୍ରସଙ୍ଗରେ ଆପକୁ ସମର୍ଥନ ଦେବାକୁ ଭରସା ଦେଇଥିଲେ।

ଉଲ୍ଲେଖନୀୟ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ ଭଲ ସଂପର୍କ ନାହିଁ। କିନ୍ତୁ ବିରୋଧୀ ଏକତା ଏବଂ ବିଜେପି ବିପକ୍ଷ ଲଢେଇକୁ ଧାର ଦେବା ପାଇଁ କଂଗ୍ରେସ ନିଜ ରଣନୀତିରେ ପରିବର୍ତ୍ତନ କରିଛି। ଦଳ ହାଇକମାଣ୍ଡଙ୍କ ଏହି ନିଷ୍ପତ୍ତି ପୂର୍ବରୁ ଦିଲ୍ଲୀ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅଜୟ ମାକନ କହିଥିଲେ, କେଜ୍ରିଓ୍ଵାଲଙ୍କୁ ଶୀଲା ଦୀକ୍ଷିତଙ୍କ ମୋଡେଲର ପାଳନ କରିବା ଉଚିତ୍।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ