Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜ୍ଞାନବାପୀ କେସରେ ବାରାଣସୀ କୋର୍ଟଙ୍କ ବଡ଼ ନିଷ୍ପତ୍ତି, ଏକ ସଙ୍ଗେ ଶୁଣାଯିବ ୭ ମାମଲା

ବାରାଣସୀ: ବାରାଣସୀ ଜିଲ୍ଲା କୋର୍ଟ ଜ୍ଞାନବାପୀ ମାମଲାକୁ ନେଇ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। କୋର୍ଟ କହିଛନ୍ତି, ଜ୍ଞାନବାପୀ ଜ୍ଞାନବାପୀ ମସଜିଦକୁ ନେଇ ଅାଗତ ୭ ମାମଲାର ଶୁଣାଣି ଏକ ସଙ୍ଗେ କରାଯିବ। ଜିଲ୍ଲା ଜଜ ଏକେ ବିଶେଶ୍ଵର ମଙ୍ଗଳବାର ଏହି ଆଦେଶ ଦେଇଛନ୍ତି। ଜିଲ୍ଲା ଜଜ ଗତକାଲି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଅଞ୍ଜୁମନ ଇନ୍ତେଜାମିଆ ମସାଜିଦ କମିଟି ମାମଲାକୁ ଏକତ୍ର କରିବାକୁ ବିରୋଧ କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୭ ତାରିଖ ନିର୍ଦ୍ଧାରିତ କରାଯାଇଛି। କୋର୍ଟ ଶୃଙ୍ଗାର ଗୌରୀ ମାମଲାର ଶୁଣାଣି ଆରମ୍ଭ କରିବେ।

ଶୃଙ୍ଗାର ଗୌରୀ କେସର ୪ ପ୍ରତିପକ୍ଷ ଲକ୍ଷ୍ମୀ ଦେବୀ, ସୀତା ସାହୁ, ମଞ୍ଜୁ ବ୍ୟାସ ଏବଂ ରେଖା ପାଠକଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କ ବରିଷ୍ଠ ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ ଜିଲ୍ଲା ଜଜଙ୍କ ଅଦାଲତରେ ମେ ୧୬ରେ ଜ୍ଞାନବାପୀ ମସଜିଦର ସର୍ଭେ ଦାବି କରି ଆବେଦନ ଦାଖଲ କରିଥିଲେ। ସେମାନଙ୍କ ମତରେ ଗତ ବର୍ଷ କୋର୍ଟ କମିଶନଙ୍କ ତଦନ୍ତରେ ଜ୍ଞାନବାପୀ ପରିସର ସ୍ଥିତ ସ୍ତମ୍ଭଗୁଡ଼ିକରେ ସଂସ୍କୃତରେ ଶ୍ଳୋକ, ତ୍ରୀଶୂଳ ଏବଂ ସ୍ଵାସ୍ତିକ ଚିହ୍ନ, ଶୃଙ୍ଗାର ଗୌରୀଙ୍କ ବିଗ୍ରହ ସମେତ ହିନ୍ଦୁ ଦେବୀ-ଦେବତା ଓ ମନ୍ଦିର ସଂପର୍କିତ ସାକ୍ଷ୍ୟ ପ୍ରମାଣ ସାମ୍ନାକୁ ଆସିଥିଲା। ତେଣୁ ୪ ପକ୍ଷକାର ସଂପୂର୍ଣ୍ଣ ପରିସରର ଜିପିଆର ପ୍ରଯୁକ୍ତି ବିଦ୍ୟା କିମ୍ବା କାର୍ବନ ଡେଟିଂର ସର୍ଭେ କରାଇବାକୁ ଦାବି କରିଛନ୍ତି।

ଉଲ୍ଲେଖଯୋଗ୍ୟ, ସଂପୂର୍ଣ୍ଣ ଜ୍ଞାନବାପୀ ପରିସରର ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ଭେକ୍ଷେଣ(ଏଏସଆଇ) ପକ୍ଷରୁ ବୈଜ୍ଞାନିକ ପଦ୍ଧତିରେ ସର୍ଭେ କରାଇବା ସଂପର୍କିତ ଯାଚିକା ଉପରେ ସୋମବାର ମୁସଲିମ ପକ୍ଷ ଜିଲ୍ଲା ଜଜ ଅଜୟ କୃଷ୍ଣ ବିଶେଶ୍ଵରଙ୍କ ଅଦାଲତରେ ଆପତ୍ତି ଦାଖଲ କରିଥିଲେ। ଅନ୍ୟପକ୍ଷେ ନିକଟରେ ସୁପ୍ରିମକୋର୍ଟ ଜ୍ଞାନବାପୀ ମସଜିଦ ପରିସରରୁ ମିଳିଥିବା ଶିବଲିଙ୍ଗ ଆକୃତିର ଢାଞ୍ଚାକୁ କାର୍ବନ ଡେଟିଂ ଉପରେ ରୋକ୍ ଲଗାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ