Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରକାଶ ପାଇଲା ଆଇଏଏସ୍‌ ପରୀକ୍ଷା ଫଳ; ଶ୍ରେଷ୍ଠ ୪ ସ୍ଥାନରେ ମହିଳା, ୬୭ ତମ ସ୍ଥାନରେ ଓଡ଼ିଶାର କସ୍ତୁରୀ ପଣ୍ଡା

ନୂଆଦିଲ୍ଲୀ / ଭୁବନେଶ୍ୱର: ପ୍ରକାଶ ପାଇଲା ଆଇଏଏସ୍‌ ପରୀକ୍ଷା ଫଳ। ଏଥର ସିଭିଲ ସର୍ଭିସ ପରୀକ୍ଷାରେ ଶ୍ରେଷ୍ଠ ୪ ସ୍ଥାନ ରହିଛନ୍ତି ମହିଳା। ୟୁପିଏସସି ଦ୍ୱାରା ପରୀକ୍ଷା ଫଳ ଘୋଷଣା କରାଯାଇଛି।
ଇଶିତା କିଶୋର ଆଇଏଏସ ଟପ୍ପର ହୋଇଥିବା ବେଳେ ଗାରିମା ଲୋହିଆ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ଉମା ହରାଥି ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି । ଓଡ଼ିଶାର କସ୍ତୁରୀ ପଣ୍ଡା ୬୭ ତମ ସ୍ଥାନରେ ରହିଛନ୍ତି ।

ସିଭିଲ ସର୍ଭିସ ପରୀକ୍ଷାରେ ମୋଟ ୯୩୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେଥିରୁ ୧୮୦ ଜଣ ଆଇଏଏସ, ୩୮ ଜଣ ଆଇଏଫଏସ ଏବଂ ୨୦୦ ଜଣ ଆଇପିଏସ ଭାବେ କୃତକାର୍ଯ୍ୟ ହୋଇଛନ୍ତି ।

ଆଇଏଏସ୍‌ ପାଇଁ ଲିଖିତ ପରୀକ୍ଷା ୨୦୨୨ ସେପ୍ଟେମ୍ବରରେ ହୋଇଥିଲା। ଜାନୁୟାରୀ-ମେ ୨୦୨୩ ମଧ୍ୟରେ ଇଣ୍ଟରଭ୍ୟୁ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ