ଅମରପାଲି 32 ତମ କ୍ରିକେଟ କପ୍ ଉଦଘାଟିତ
ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ସ୍ଥିତ ଭଗବାନ ସାହୁ ଗ୍ରାଉଣ୍ଡ ରେ ଫ୍ରେଣ୍ଡସ କ୍ଲବ ଆନୁକୂଲ୍ୟରେ ବୁଧବାର ଦିନ ୩୨ ତମ ଅମରପାଲି କ୍ରିକେଟ କପ୍ ଉଦଘାଟିତ ହୋଇଯାଇଛି । ସାମାଜ ସେବୀ ପୀତାମ୍ବର ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ବୀରମହାରାଜପୁର ଜୋନ -୧ ଜିଲ୍ଲାପରିଷଦ ସଭ୍ୟ ଲବ କୁମାର ସାହୁ ମୁଖ୍ୟ ଅତିଥି ଏବଂ ସ୍ଥାନୀୟ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା, ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଦୁଃଖିଶ୍ୟାମ ଭୋଇ,ଆୟୋଜକ ସଭାପତି ବିମ୍ବାଧର ସାହୁ,କ୍ରୀଡାବିତ ନିର୍ମଳ ଚନ୍ଦ୍ର ସାହୁ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ଉଦ୍ଘାଟନୀ ମ୍ୟାଚ୍ ଟି ଘିଚାପାଲି ଓ ମୁର୍ଷୁଣ୍ଢୀ ମଧ୍ୟରେ ହୋଇଥିଲା । ଏଥିରେ ଘିଚାପାଲି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ରେ ୪ ଉଇକେଟ ହରାଇ ୮୬ ରନ କରିଥିଲା। ଜବାବରେ ମୁର୍ଷୁଣ୍ଢୀ ଦଳ ନିର୍ଦ୍ଧାରିତ ୮ ଓଭର ରେ ୭ ଉଇକେଟ ହରାଇ ୫୪ ରନ କରି ପରାସ୍ତ ହୋଇଥିଲା । ଏହି ମ୍ୟାଚ୍ ରେ ଘିଚାପାଲି ର ଆଶିଷ ଜଗଦଲା ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ଘୋଷଣା କରାଯାଇଥିଲା। ଦ୍ଵିତୀୟ ମ୍ୟାଚ୍ ଟି ଚାରମାଳ ଓ ତିକୁଡ଼ା ମଧ୍ୟରେ ହୋଇଥିଲା । ଏଥିରେ ତିକୁଡ଼ା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ରେ ୭ ଉଇକେଟ ହରାଇ ୬୧ ରନ କରିଥିଲା । ଜବାବରେ ଚାରମାଳ ଦଳ ୭.୨ ଓଭର ରେ ୫ ଉଇକେଟ ହରାଇ ଆବଶ୍ୟକୀୟ ୬୨ ରନ ସଂଗ୍ରହ କରି ବିଜୟୀ ହୋଇଥିଲା। ଏହି ମ୍ୟାଚ୍ ପାଇଁ ଚାରମାଳ ର ଗଣେଶ ସାହୁ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା।
ତୃତୀୟ ମ୍ୟାଚ୍ ଟି ପ୍ରଥମ ମ୍ୟାଚ୍ ର ବିଜେତା ଘିଚାପାଲି ଓ ଦ୍ଵିତୀୟ ମ୍ୟାଚ୍ ର ବିଜେତା ଚାରମାଳ ମଧ୍ୟରେ ହୋଇଥିଲା । ଏଥିରେ ଚାରମାଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭର ରେ ୭ ଉଇକେଟ ହରାଇ ୫୧ ରନ କରିଥିଲା । ଜବାବରେ ଘିଚାପାଲି ଦଳ ଆବଶ୍ୟକୀୟ ୫୨ ରନ କୁ ୫.୨ ଓଭର ରେ ୩ ଉଇକେଟ ହରାଇ ସଂଗ୍ରହ କରି ବିଜୟୀ ହୋଇ ସେମି ଫାଇନାଲ ରେ ପ୍ରବେଶ କରିଛି। ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବ ରେ କ୍ରୀଡାବିତ ଜ୍ଞାନରଞ୍ଜନ ସାହୁ ,ଶିକ୍ଷକ ଗୌତମ ବାରିକ ଓ କ୍ରୀଡାବିତ ତଥାଗତ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଘିଚାପାଲି ର ଆଶିଷ ଜଗଦଲା ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ। ମ୍ୟାଚ୍ ଗୁଡିକରେ ଶ୍ରୀବନ୍ତ ନାଏକ, ସୁରେଶ ବିଶି, ତଥାଗତ ସାହୁ ଓ ସମ୍ବିତ ମାଝୀ ଅମ୍ପାୟର, ଶୁଭେନ୍ଦୁ ଶେଖର ସାହୁ , ରିମନ ସାହୁ ସ୍କୋରର , ସବ୍ୟସାଚୀ ବଘାର ଅନଲାଇନ ସ୍କୋରିଙ୍ଗ ଏବଂ ମାନସ ନନ୍ଦ, ନିହାର ରଞ୍ଜନ ସାହୁ ଓ ପୀତାମ୍ବର ସାହୁ ଧାରାବିବରଣି ପ୍ରଦାନ କରିଥିଲେ।

