ନିଶା ପାଇଁ ସାଜିଲା ନୃସଂଶ; ପେଟ୍ରୋଲ ଢାଳି ମାଆକୁ ପୋଡିଦେଲା ପୁଅ
ଭଦ୍ରକ,୪|୧୨: କୁହାଯାଏ ଏ ଦୁନିଆରେ ସବୁ ସମ୍ପର୍କ ସ୍ୱାର୍ଥପର କିନ୍ତୁ ମା’ର ସ୍ନେହ କେବଳ ନିସ୍ଵାର୍ଥପର ଭଲ ପାଇବାର ପ୍ରେମ ଦିଏ | ମା ଏତେ କଷ୍ଟ କରି ସ୍ନେହର ସହିତ ସବୁ ଦୁଃଖ କଷ୍ଟ ସହି ପିଲାକୁ ବଡ କରିଥାଏ | କିନ୍ତୁ ସେହି ପିଲା ଯେତେବେଳେ ମାକୁ କଷ୍ଟ ଦିଏ ତାହା ଅତ୍ୟନ୍ତ ଦୁଃଖଦାୟକ| ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଭଦ୍ରକ ଜିଲ୍ଲାର ତିହିଡି ଥାନା ଅନ୍ତର୍ଗତ ବିଲଣା ଗଳଗଣ୍ଡା ଗ୍ରାମରେ|
ପୁଅ ସାଜିଲା ନୃସଂଶ| ନିଶା ପାଇଁ ପାଗଳ ହୋଇ ଜନ୍ମକଲା ମାଆକୁ ଜାଳିଦେଲା ପୁଅ । ନିଶା ଦ୍ରବ୍ୟ ଖାଇବାକୁ ମାଆକୁ ଟଙ୍କା ମାଗିଲା ପୁଅ । ମାଆ ଟଙ୍କା ନଦେବାରୁ ପେଟ୍ରୋଲ ଢାଳି ମାଆକୁ ଜାଳିଦେଲା ପୁଅ। ସମ୍ପର୍କୀୟ ଓ ପାଖ ଅଞ୍ଚଳରେ ଥିବା ପଡ଼ୋଶୀ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଛନ୍ତି । ସମ୍ପର୍କୀୟଙ୍କ ସୂଚନା ଅନୁସାରେ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି ।

