Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାଳରୁ ନାବାଳିକାର ମୃତଦେହ ଉଦ୍ଧାର; ପିଉସୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ମାମୁଁ

ସମ୍ବଲପୁର,୪|୧୨: ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଶାନ୍ତିନଗରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି | ନିକଟରେ ଏକ ନାଳରୁ ନାବାଳିକାର ମୃତଦେହକୁ ଉଦ୍ଧାର କରାଯାଇଛି | ନାବାଳିକାକୁ ହତ୍ୟା କରିଛନ୍ତି ପିଉସୀ | ଏଭଳି ସଂଗୀନ ଅଭିଯୋଗ ପିଉସୀଙ୍କ ବିରୁଦ୍ଧରେ ଆଣିଛନ୍ତି ମୃତ ନାବାଳିକାର ମାମୁଁ | ତାଙ୍କ ଅଭିଯୋଗ ଅନୁସାରେ ନାବାଳିକାର ପିଉସୀ ସମ୍ପତ୍ତି ଲୋଭରେ ନାବାଳିକାର ହତ୍ୟା କରିଛନ୍ତି | ମୃତ ନାବାଳିକା ଜଣଙ୍କ ହେଲେ ନବମ ବର୍ଷର ଛାତ୍ରୀ | ନାବାଳିକାଙ୍କ ଆଈଙ୍କ କହିବା ଅନୁସାରେ, କିଛି ବର୍ଷ ପୂର୍ବରୁ ନାବିଳକାଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା |ଏବଂ ପରେ ସବୁ ସମ୍ପତ୍ତି ଝିଅର ନାଁରେ ରହିଥିଲା | ୧୮ ବର୍ଷ ପରେ ନାବାଳିକା ଜଣକ ସବୁ ସମ୍ପତ୍ତିର ଦାବିଦାର ହୋଇଥାନ୍ତେ | ତେବେ ୧୮ ବର୍ଷ ହେବା ପୂର୍ବରୁ ସମ୍ପତ୍ତି ଲୋଭରେ ଟଙ୍କା ଜେଜେ ବାପା, ଜେଜେ ମା ଏବଂ ପିଉସା ପିଉସୀ ହତ୍ୟା କରିଛନ୍ତି ବୋଲି ତାଙ୍କ ଆଇ କହିଛନ୍ତି |

ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ପିଉସୀ | ସେ କହିଛନ୍ତି ଏ ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ, ପୋଲିସ ତଦନ୍ତର ଫଳାଫଳ ଆସୁ ତା ପରେ ଜଣା ପଡିବ ପ୍ରକୃତ ଦୋଷୀ କିଏ? ତେଣୁ ତଦନ୍ତର ସ୍ପଷ୍ଟ ତଥ୍ୟ ଆସିବା ପର୍ଯ୍ୟନ୍ତ ସମସ୍ତେ ଅପେକ୍ଷା କରନ୍ତୁ | ଏବଂ ତଦନ୍ତରେ ସଂପୂର୍ଣ୍ଣ ରୂପେ ସହଯୋଗ କରିବୁ ବୋଲି ମଧ୍ୟ ନାବାଳିକାଙ୍କ ପିଉସୀ କହିଛନ୍ତି | କିନ୍ତୁ ଅନ୍ୟପଟେ ଏହା ଦୁର୍ଘଟଣା ନୁହେଁ, ବରଂ ହତ୍ୟା ବୋଲି ଅଭିଯୋଗ କରିଛନ୍ତି ନାବାଳିକାଙ୍କ ମାମୁଁ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ