ଭୀମଭୋଇ ଜନ୍ମ ଗ୍ରାମ କୁମାରକେଲି ହାଇ ସ୍କୁଲ ର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଭୀମଭୋଇ ଜନ୍ମଗ୍ରାମ ହାଇସ୍କୁଲ କୁମାରକେଲିର ବାର୍ଷିକ କ୍ରୀଡା ଉତ୍ସବ -୨୦୨୫ ଗୁରୁବାର ବିଦ୍ୟାଳୟ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଏକ ଦିବସୀୟ କ୍ରୀଡା ପ୍ରତିଯୋଗିତାକୁ ସ୍କୁଲ ର ପ୍ରାକ୍ତନ ଛାତ୍ର ତଥା ଭାରତୀୟ ସେନା ବାହିନୀର ଅବସର ପ୍ରାପ୍ତ ସେନା ଅଧିକାରୀ ପ୍ରମୋଦ କୁମାର ଶତପଥୀ ଉଦ୍ଘାଟନ କରିଥିଲେ I ଉଦଯାପନୀ ଉତ୍ସବରେ ସ୍କୁଲ ପରିଚାଳନା କମିଟିର ସଭାପତି କ୍ଷମାନିଧି ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ଉଭୟ ସଭାରେ ସ୍କୁଲ ର ପ୍ରଧାନ ଶିକ୍ଷକ ଜୟରାମ ତ୍ରିପାଠୀ ସଭାପତିତ୍ବ କରି ଛାତ୍ରଛାତ୍ରୀ ମାନଙ୍କୁ କଠିନ ପରିଶ୍ରମ କରିବା ଆବଶ୍ଯକ l ସଫଳତା ପାଇବା ସକାସେ ଶୃଙ୍ଖଳିତ ଜୀବନଯାପନ କରିବା ପାଇଁ ପରାମର୍ଶ ଦେଇଥିଲେ। ସ୍କୁଲର ଅବସର ପ୍ରାପ୍ତ ଖେଳ ଶିକ୍ଷକ ଇନ୍ଦ୍ରମଣି ପ୍ରଧାନ ଓ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମନରୁଚି ଭୋଇ ଙ୍କ ନେତୃତ୍ବରେ ସମସ୍ତ କ୍ରୀଡା ପ୍ରତିଯୋଗିତାକୁ ବରିଷ୍ଠ ଶିକ୍ଷକ ଜୟ କିଶାନ ଶର୍ମl , ରଞ୍ଜନ ପ୍ରଧାନ , ପ୍ରାକ୍ତନ ଛାତ୍ର ଫିରୋଜ ବେହେରା , ଅଜିତ ବେହେରା ପରିଚାଳନା କରିଥିଲେ । ମଧ୍ୟାହ୍ନ ଭୋଜନ ବିରତି ସମୟ ରେ ସ୍କୁଲର ବରିଷ୍ଠ ସହାୟକ ବରୁଣ ବେହେରା , ଅନ୍ୟାନ୍ୟ କର୍ମଚାରୀ ଓ ପାଚିକା ମାନଙ୍କ ସହାୟତାରେ ପ୍ରସ୍ତୁତ ଏକ ମନୋରମ ପରିବେଶ ରେ ଭୋଜନ କରି ଛାତ୍ରଛାତ୍ରୀ ମାନେ କ୍ରୀଡା ସହିତ ବଣଭୋଜି ର ମଜା ମଧ୍ୟ ଉପଲବ୍ଧି କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ସ୍କୁଲ ର ବରିଷ୍ଠ ବିଜ୍ଞାନ ଶିକ୍ଷକ ବାଚସ୍ପତି ପଣ୍ଡା ଙ୍କ ଦିଗଦର୍ଶନ ତଥା ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଫଳତା ର ସହ ସମ୍ପାଦନ ହୋଇଥିଲା।

