ସଂଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା; ତଦନ୍ତ ଆରମ୍ଭ
ଭୁବନେଶ୍ଵର,୪|୧୨: ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ଛାତ୍ରୀ ନିର୍ଯାତନା ଘଟଣା | ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଏକ ଛାତ୍ରୀଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି | ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା | ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସ୍ଵତନ୍ତ୍ର ସଚିବ ଦେବ ପ୍ରସାଦ ଦାସଙ୍କ ଅଧୀନତ୍ଵରେ ଗଠିତ ୩ ଜଣିଆ ଟିମ୍ ଘଟଣାର ତଦନ୍ତ କରୁଛନ୍ତି | ଗଣମାଧ୍ୟମର ରିପୋର୍ଟ ଦେଖି ତଦନ୍ତ ପାଇଁ ଆସିଛୁ ବୋଲି କହିଛନ୍ତି ଦେବପ୍ରସାଦ। ପିଲା ମାନଙ୍କୁ ଏବଂ କଲେଜ କର୍ତ୍ତୃପକ୍ଷଙ୍କୁ ଉଭୟ ତଦନ୍ତ ପରିସର ଭୁକ୍ତକୁ ଆଣି ପଚରାଉଚରା କରିବୁ।
ସୂଚନା ଅନୁଯାୟୀ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଏକ ଛାତ୍ରୀଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଘଟଣା ପରେ କ୍ୟାମ୍ପସ୍ରେ ଛାତ୍ରୀଙ୍କ ହଙ୍ଗାମାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି। ଡ୍ରାମା ବିଭାଗ ଛାତ୍ରୀଙ୍କୁ ନିର୍ଯ୍ୟାତନା ଦିଆଯିବାର ଅଭିଯୋଗ ପରେ ଉତ୍ତେଜନା ପ୍ରକାଶ ପାଇଛି। ତେବେ ଜଣେ ଅଧ୍ୟାପକଙ୍କ ନାଁରେ କାଷ୍ଟିଂ କାଉଚ୍ ର ଅଭିଯୋଗ ହୋଇଛି। ସେହିପରି ବିକ୍ଷୋଭ କରୁଥିବା ସମୟରେ ଜଣେ ଛାତ୍ରୀ ଅସୁସ୍ଥ ହୋଇପଡିଥିବାର ସୂଚନା। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

