Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା ଘଟଣା, ଅଧ୍ୟାପକ ଗିରଫ

ଭୁବନେଶ୍ବର: ଉତ୍କଳ ସଂଗୀତ ମହାବିଦ୍ୟାଳୟର ଛାତ୍ରୀଙ୍କୁ ନିର୍ଯାତନା ଓ ଅଶ୍ଳୀଳ କଥାବାର୍ତ୍ତା କରି ଫସିଲେ ଅଧ୍ୟାପକ।

ସୂଚନା ଅନୁଯାୟୀ, କଲେଜ ଛାତ୍ରୀଙ୍କୁ ଧମକାଇବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କୁ ଗିରଫ କରିଛି। ଅଧ୍ୟାପକଙ୍କ କଳାକାରନାମା ପଦାକୁ ଆସିବା ପରେ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ନିର୍ଯାତନା ଘଟଣା ଲୋକଲୋଚନକୁ ଆସିବା ପରେ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିଲେ।

ଅଧ୍ୟାପକ ନିକଟରେ ସଂଗୀତ ମହାବିଦ୍ୟାଳୟରେ ଡ୍ରାମା ବିଭାଗର ଅତିଥି ଅଧ୍ୟାପକ ଭାବେ ଯୋଗଦେଇଥିଲେ। ଛାତ୍ରୀମାନେ ପ୍ରତିବାଦ କଲେ କାହାକୁ ପରୀକ୍ଷାରେ ମାର୍କ କମ୍ ଦେବାର ଧମକ ତ କାହାକୁ ଫେଲ୍ କରାଇଦେବାକୁ କହୁଥିଲେ। ତେଣୁ ଭୟରେ ତାଙ୍କ ବିରୋଧରେ କେହି ମୁହଁ ଖୋଲୁନଥିବା ଅଭିଯୋଗ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ