ପାରିବାରିକ କଳହରୁ ଜନ୍ମକଲା ଝିଅକୁ ମାରି ପୋଖରୀରେ ଫିଙ୍ଗିଲା; ମାଆ ଫେରାର
ଡେଲାଙ୍ଗ,୫|୧୨: ଦେଢ଼ ବର୍ଷର ଶିଶୁ କନ୍ୟାକୁ ହତ୍ୟା ! ଶିଶୁ କନ୍ୟାକୁ ନୃସଂଶ ଭାବେ ହତ୍ୟା କରି ପୋଖରୀରେ ଫିଙ୍ଗିଲା ମା। ତେବେ ପାରିବାରିକ କଳହ କାରଣରୁ ଏଭଳି ହୋଇଛି ବୋଲି କୁହାଯାଉଛି| କୁହାଯାଏ ଏ ଦୁନିଆରେ ସବୁ ସମ୍ପର୍କ ସ୍ୱାର୍ଥପର କିନ୍ତୁ ମା’ର ସ୍ନେହ କେବଳ ନିସ୍ଵାର୍ଥପର ଭଲ ପାଇବାର ନିଦର୍ଶନ ଦେଇଥାଏ | ତେବେ ଏଠାରେ ମା ନୃସଂଶ ସାଜି ନିଜର ଦେଢ଼ ବର୍ଷର ଶିଶୁ କନ୍ୟାକୁ ମାରି ଫିଙ୍ଗି ଦେଇଛି| ଏ ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ| ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ଡେଲାଙ୍ଗ ସଡାଙ୍ଗୋଇ ଗାଁରେ। ମୃତ କନ୍ୟା ଶିଶୁଟିକୁ ଗ୍ରାମବାସୀ ଉଦ୍ଧାର କରିଥିବା ନେଇ ସୂଚନା ରହିଛି।
ସୂଚନା ମୁତାବକ ସଡଙ୍ଗଇ ଗାଁର ସୁବାସ ବରାଳ ଉକ୍ତ ଗାଁର ଡଲି ପରିଡାଙ୍କ ଝିଅକୁ ବିବାହ କରିଥିଲେ। ଡଲି ପରିଡାଙ୍କ କହିବା ଅନୁସାରେ, ତାଙ୍କ ଝିଅକୁ ସବୁବେଳେ ଶାଶୁ ଘର ଲୋକ ଶାରୀରିକ ଯନ୍ତ୍ରଣା ଦେଇ ଆସୁଥିଲେ| ଯାହାକୁ ନେଇ ସେ ଏତେ ବଡ଼ ଭୁଲ କରି ବସିଛି ବୋଲି ତାଙ୍କ ମା କହିଛନ୍ତି। ଅନ୍ୟପଟେ ଝିଅକୁ ସ୍ତ୍ରୀ ମାରିଦେଇ ଫେରାର ହୋଇଯାଇଥିବାର ଅଭିଯୋଗ କରିଛନ୍ତି ସ୍ୱାମୀ ସୁବାସ।

