Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରୁଷିଆର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ କେତେ ? ଶୁଣିଲେ ଆଶ୍ଚଯ୍ୟ ହୋଇଯିବେ

ନୂଆଦିଲ୍ଲୀ ;୬|୧୨: ଭାରତ ଗସ୍ତରେ ଆସିଥିଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ | ତାଙ୍କର ଆସିବା ପରେ କାଲି ଦିଲ୍ଲୀର ହାଇଦ୍ରାବାଦ ହାଉସ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପୁଟିନଙ୍କ ମଧ୍ୟରେ ବୈଠକ ହୋଇଥିଲା। ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, “ବିଶ୍ୱକୁ ଶାନ୍ତିର ଆବଶ୍ୟକତା ରହିଛି। ଭାରତ ଶାନ୍ତି ପାଇଁ ସବୁ ଆବଶ୍ୟକ ପ୍ରୟାସକୁ ସମର୍ଥନ କରୁଛି। ଭାରତ ଓ ରୁଷିଆର ବନ୍ଧୁତ୍ୱ ଏହାର ଉଦାହରଣ ଯେ ପୁଟିନଙ୍କ ଭଳି ଦୂରଦୃଷ୍ଟିସମ୍ପନ୍ନ ନେତା କିପରି ଦ୍ୱିପାକ୍ଷିକ ସମ୍ପର୍କକୁ ବଦଳାଇ ପାରନ୍ତି।”

ଦୁଇ ପ୍ରମୁଖ ନେତାଙ୍କ ବୈଠକ ମଧ୍ୟରେ ୨୫ରୁ ଅଧିକ ଚୁକ୍ତିନାମା ଉପରେ ହସ୍ତାକ୍ଷର ହେବାର ଆଲୋଚନା ଚାଲିଛି। ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ବ୍ୟାପାର ଆହୁରି ବଢ଼ିବ ବୋଲି ଆଶା ରଖାଯାଇଛି। ଏହି ସମୟରେ ରୁଷିଆର ମୁଦ୍ରା ମଧ୍ୟ ଚର୍ଚ୍ଚାକୁ ଆସିଛି। ଭାରତୀୟ ଟଙ୍କାର ମୂଲ୍ୟ ଆମେରିକୀୟ ଡଲାର ତୁଳନାରେ ହ୍ରାସ ପାଇଥିବାରୁ ଏବେ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ଉଙ୍କି ମାରୁଛି| ତାହା ହେଉଛି ଯେ, ରୁଷିଆରେ ଭାରତୀୟ ଟଙ୍କାର ମୂଲ୍ୟ କେତେ?

ରୁଷିଆର ଅଧିକାରିକ ମୁଦ୍ରାର ନାମ ହେଉଛି ରୁବଲ (Russian Ruble)। ଏହାର ସଂକ୍ଷିପ୍ତ ନାମ RUB ଏବଂ ଚିହ୍ନ ₽। ବର୍ତ୍ତମାନର ବିନିମୟ ହାର ଅନୁଯାୟୀ (୫ ଡିସେମ୍ବର ୨୦୨୫ ଅପରାହ୍ନ ସୁଦ୍ଧା): ୧ ଭାରତୀୟ ଟଙ୍କା = ପ୍ରାୟ ୦.୮୪ ରୁଷିୟ ରୁବଲ | ତେଣୁ ୧୦୦ ଭାରତୀୟ ଟଙ୍କା = ପ୍ରାୟ ୮୪.୩୯ ରୁଷିୟ ରୁବଲ |ଅର୍ଥାତ୍ ଭାରତର ୧୦୦ ଟଙ୍କା ରୁଷିଆ ଯାଇ ୮୪ ରୁବଲ ପାଖାପାଖି ହୋଇଯାଏ।

ମସ୍କୋସ୍ଥିତ ଭାରତୀୟ ଦୂତାବାସର ତଥ୍ୟ ଅନୁଯାୟୀ, ରୁଷିଆରେ ପ୍ରାୟ ୧୪ ହଜାର ଭାରତୀୟ ରହୁଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ପେଶାଦାର, ଛାତ୍ର ଏବଂ ଶ୍ରମିକ ରହିଛନ୍ତି। ପ୍ରାୟ ୫୦୦ ଭାରତୀୟ ବ୍ୟବସାୟୀ ରୁଷିଆରେ ରହୁଛନ୍ତି ଏବଂ ୩୦୦ରୁ ଅଧିକ ଭାରତୀୟ କମ୍ପାନୀ ସେଠାରେ ପଞ୍ଜୀକୃତ। ପୁଟିନଙ୍କ ଭାରତ ଗସ୍ତ ଯୋଗୁ ଦୁଇ ଦେଶ ମଧ୍ୟରେ ବ୍ୟବସାୟ ଓ ମୁଦ୍ରା ବିନିମୟ ଆହୁରି ମଜବୁତ ହେବାର ଆଶା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories