Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାକିସ୍ତାନ ସଂସଦ ଭିତରେ ପଶିଲା ଗଧ! ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ,୬|୧୨: ସୋସିଆଲ ମିଡିଆରେ ବିଭିନ୍ନ ସମୟରେ ଅନେକ ମଜାଦାର ଭିଡିଓ ଆସିଥାଏ | ଯାହା ଦେଖିବା ମାତ୍ରେ କେହି ବି ଜଣେ ହସି ହସି ବେଦମ ହୋଇଯିବ | ଏବେ ଏଭଳି ଏକ ଭଡ଼ିଓ ସାମ୍ନାକୁ ଆସିଛି ଯାହା ଦେଖିବା ମାତ୍ରେ କେହି ଚାହିଁ ସୁଦ୍ଧା ହସ ରୋକି ପାରିବେ ନାହିଁ | ତେବେ ଭାରତର ଶତ୍ରୁ ଦେଶ କିମ୍ବା ପଡୋଶୀ ଦେଶ ପାକିସ୍ତାନର ଏହି ଭିଡିଓ ଏବେ ଖୁବ ଭାଇରଲ ହେବାରେ ଲାଗିଛି| ଭିଡିଓରେ ଏକ ଅଦ୍ଭୁତ ଆଶ୍ଚର୍ଯ୍ୟକର ଦୃଶ୍ୟ ଦେଖିବାକୁ ମିଳିଛି| ଭିଡିଓରେ ଏକ ଗଧ କିଭଳି ଭାବରେ ସଂସଦ ଭିତରେ ପଶି ସମସ୍ତଙ୍କ ଉପରେ ଆକ୍ରମଣ କରୁଛି, ତାହା ଦେଖିବାକୁ ମିଳିଛି। ଭିଡିଓ ଭାଇରାଲ ହେବା ପରେ ଗଧ ସଂସଦ ଭିତରେ ପଶିଥିବା ନେଇ ଲୋକେ କମେଣ୍ଟ କରିବା ଆରମ୍ଭ କରିଛନ୍ତି।

ଭିଡିଓରେ ଦେଖାଯାଇଛି ‌ଯେ, ସଂସଦରେ ଜରୁରୀ ବିଲ୍‌କୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚାଲିଥିବା ବେଳେ ଗଧଟି ହଠାତ୍ ଭିତରକୁ ପଶିଯାଇଥିଲା, ଯାହା ଫଳରେ ସଦସ୍ୟମାନେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ପରେ ହସିବାକୁ ଲାଗିଥିଲେ। ଗଧ ସଂସଦ ଭିତରେ ପଶିବା ଦେଖି ସୁରକ୍ଷାରେ ଥିବା କର୍ମୀମାନେ ତୁରନ୍ତ ତାକୁ ବାହାର କରିବାକୁ ପଦକ୍ଷେପ ନେଇଥିଲେ। କିନ୍ତୁ ଗଧ ବାହାରକୁ ବାହାରିବା ପରିବର୍ତ୍ତେ ଆହୁରି ଭିତରକୁ ପଶିଯାଇଥିଲା। ଏହି ଭିଡିଓରେ ଗଧ ଅନେକ ସାଂସଦକୁ ଆକ୍ରମଣ କରିଥିବା ଦେଖିବାକୁ ମିଳିଥିଲା। ସମଗ୍ର ଘଟଣାଟି କ୍ୟାମେରାରେ କଏଦ ହୋଇଥିବା ବେଳେ ଏବେ ଏହା ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି।

ଗଧ ପଶିବା ଦେଖି ସିନେଟ୍ ୟୁସଫ୍ ରଜା ଗିଲାନୀ କହିଥିଲେ ଯେ, ନୂଆ ଆଇନ୍ ଉପରେ ପ୍ରାଣୀମାନେ ମଧ୍ୟ ମତ ରଖିବାକୁ ଚାହାନ୍ତି। ତେଣୁ ଗଧଟି ଭିତରକୁ ଚାଲି ଆସିଲା। ଏହା ଶୁଣି ଉପସ୍ଥିତ ସାଂସଦମାନେ ଜୋରରେ ହସିବାକୁ ଲାଗିଥିଲେ। ତେବେ ଏହି ଘଟଣା ପରେ ଗଧଟି କିପରି ସଂସଦ ମଧ୍ୟକୁ ପଶିଲା ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories