Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଟସମଲାଏ ଶ୍ରୀ ଜଗନ୍ନାଥ ଏକାଡେମୀ ରେ ବାର୍ଷିକ କ୍ରୀଡା ମହୋତ୍ସବ ଆୟୋଜିତ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଶ୍ରୀ ଜଗନ୍ନାଥ ଏକାଡେମୀ କୋଟସମଲାଇ ହାଇସ୍କୁଲର ବାର୍ଷିକ କ୍ରୀଡା ସମାରୋହ ଆଜି ହାଇସ୍କୁଲ ପଡିଆରେ ଉତ୍ସାହପୂର୍ଣ୍ଣ ପରିବେଶରେ ଉଦଯାପିତ ହୋଇଯାଇଛି। ଶନିବାର ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଶୋଭାସିନୀ ମିଶ୍ରଙ୍କ ସଭାପତିତ୍ବରେ ପଞ୍ଚସଖା ଶିକ୍ଷା ସେତୁର ସଭାପତି ନଳିନୀକାନ୍ତ ବାଘ ମୁଖ୍ୟଅତିଥି ଭାବେ ଉପସ୍ଥିତ ହୋଇ କ୍ରୀଡାର ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ। ପରିଚାଳନା କମିଟିର ସଭାପତି ବାବୁଲାଲ ମନ୍ତ୍ରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ପ୍ରୟାସକୁ ସ୍ୱାଗତ କଲେ। ଖେଳ ଶିକ୍ଷକ ସାନ ଡାଙ୍ଗ ଖେଳ ପରିଚାଳନା କରି ଥିଲେ l ଖେଳ ପରିଚାଳନାରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ଶଙ୍ଖସିନ୍ଧୁ ପୁରୋହିତ, ବ୍ଲକ ବିଜ୍ଞାନ ସଂଯୋଜକ ସୁଧୀର ହୋତା, ଅମିତ ପାତ୍ର , ହୃଷିକେଶ ପଧାନ, ବରିଷ୍ଠ ଶିକ୍ଷକ ଅନିରୁଦ୍ଧ ପାଢ଼ୀ , ବିଜୟ ହୋତା ଓ ରାଜୁ ମିଶ୍ର ସକ୍ରିୟ ଭୂମିକା ନିଭାଇଲେ । ବାର୍ଷିକ କ୍ରୀଡା ଉତ୍ସବ ଅବସରରେ ୧୦୦ମି ଦୈଡ ,୨୦୦ମି ଦୈଡ, ସଟଫୁଟ, ଡିସକସ, ଲମ୍ବଡିଆ , ଉଚ୍ଚଡିଆ ଆଦି ବିଭିନ୍ନ ପ୍ରକାର ଖେଳ ଅନୁଷ୍ଠିତ ହୋଇଥିଲା । ସହଯୋଗୀ ଭାବେ ଶିକ୍ଷୟିତ୍ରୀ ଭଗବତୀ ହୋତl , କବିତା ଭୋଇ , ପୂର୍ଣ୍ଣିମା ନାଏକ ଓ ବିଶ୍ୱେଶ୍ୱର ପଧାନ ସମ୍ମିଳିତ ହୋଇଥିଲେ । ଡ଼ଃ. ପ୍ରଫୁଲ୍ଲ ସାହୁ ଶେଷରେ ଧନ୍ୟବାଦ ଅର୍ପଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ କର୍ମଚାରୀ , ପରିଚାଳନା କମିଟିର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ