ବ୍ଲକ ସ୍ତରୀୟ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ଶିଶୁ ମେଳା ଅନୁଷ୍ଠିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା
ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଗଣପତି ଆଦର୍ଶ ଶିକ୍ଷା ନିକେତନ ଠାରେ ବ୍ଲକ ସ୍ତରୀୟ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ, ଓଷ୍ଟାର ଶିଶୁମେଳା ବ୍ଲକ ସଭାପତି ଶ୍ରୀ ଚନ୍ଦ୍ରମଣି ବାଘଙ୍କ ସଭାପତିତ୍ୱରେ ଶନିବାର ଅନୁଷ୍ଠିତ ହୋଇଯାଇଛି l ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ଶ୍ରୀ ନାରାୟଣ ଲୁହା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ l ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଓଷ୍ଟା ସଭାପତି ଅଖୋଜ ପଧାନ, ପୂର୍ବତନ ଓଷ୍ଟା କାର୍ଯ୍ୟକର୍ତ୍ତା ଭୂଷଣ ପାତ୍ର, ତ୍ରିପୁରାରୀ ରଥ , ବର୍ତ୍ତମାନର ଜିଲ୍ଲା କାର୍ଯ୍ୟକର୍ତ୍ତା ଅମୀୟ ମହାନ୍ତି, ଚନ୍ଦ୍ରଶେଖର ମହାପାତ୍ର , ବିଜୟ ପଣ୍ଡା , ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶ , ଗଣପତି ଆଦର୍ଶ ଶିକ୍ଷା ନିକେତନର ପ୍ରତିଷ୍ଠାତା ଵିଵସ୍ବତି ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ପ୍ରତିଭାକୁ ପ୍ରଂଶସା କରିଥିଲେ l ବ୍ଲକ ସମ୍ପାଦକ ବ୍ରଜମୋହନ ବାରିକ ବିବରଣୀ ପଠନ କରିଥିବା ବେଳେ ପ୍ରଧାନ ଶିକ୍ଷକ ଶାନ୍ତନୁ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ I ଶିକ୍ଷକ ବ୍ୟୋମକେଶ ପଣ୍ଡା ସଭା ସଂଯୋଜନା କରିଥିଲେ l ବ୍ଲକର ୧୪ଟି ଉଚ୍ଚ ବିଦ୍ୟାଳୟର ୯୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l ତର୍କ, ଚିତ୍ରାଙ୍କନ , କବିତା ଆବୃତ୍ତି , କବିତା ଲିଖନ, ଗଳ୍ପଲିଖନ , ସଂଗୀତ, ଏକକ ନୃତ୍ୟ , କୁଇଜ, ସାଧାରଣଜ୍ଞାନ , ଏକକ ଅଭିନୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ପ୍ରତ୍ୟେକ ବିଭାଗର ପ୍ରଥମ ସ୍ଥାନ ଅଧିକାର କରଥିବା ଛାତ୍ରଛାତ୍ରୀ ଜିଲ୍ଲା ସ୍ତରୀୟ ଶିଶୁମେଳା ରେ ଅଂଶଗ୍ରହଣ କରିବେ l

