ବିଜେଡି ବିଧାୟକଙ୍କ ଶାସକ ଦଳକୁ କଟାକ୍ଷ; ଶୂନ୍ୟକାଳରେ ଉଠିଲା ମାଲକାନଗିରିରେ ବଙ୍ଗାଳି-ଆଦିବାସୀ ମୁହାଁମୁହିଁ ପ୍ରସଙ୍ଗ
ଭୁବନେଶ୍ୱର;୮|୧୨: ବିଧାନସଭାରେ ଚାଲିଛି ଏବେ ଶୀତକାଳୀନ ଅଧିବେଶନ | ଏହି ଅଧିବେଶନ ମଧ୍ୟରେ ଚାଲିଛି ଏବେ ଶୂନ୍ୟକାଳ | ଏହି ଶୂନ୍ୟକାଳରେ ଉଠିଲା ମାଲକାନଗିରିରେ ବଙ୍ଗାଳି-ଆଦିବାସୀ ଦୁଇ ଗୋଷ୍ଠୀ ମୁହାଁମୁହିଁ ଏବଂ ଘର ଜାଳିବା ପ୍ରସଙ୍ଗ । ଏହି ପ୍ରସଙ୍ଗକୁ ନେଇ ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି ଯେ, ରାଜ୍ୟ ସରକାର ନିଘୋଡ଼ ନିଦ୍ରାରେ ଶୋଇଛନ୍ତି । ମାଲକାନଗିରିରେ ହୋଇଥିବା ଏହି ଅଘଟଣ ବିଷୟରେ ନ ଜାଣିପାରିବା ହେଉଛି ଗୃହ ବିଭାଗ ପାଇଁ ଦୁର୍ଭାଗ୍ୟଜନକ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ଖବରକାଗଜରେ ବାହାରିଛି, କିନ୍ତୁ ଏହି ଘଟଣାକୁ ଦୁଇଦିନ ବିତିଗଲାଣି । ତେବେ କଣ କରୁଛନ୍ତି ସରକାର | ଗୃହ ବିଭାଗ ଓ ଗୁଇନ୍ଦା ବିଭାଗ ଶୋଇଥିଲେ କି ?
ଏହି ସମୟରେ ବିଜେଡି ବିଧାୟକ ଶାସକ ଦଳକୁ ପ୍ରଶ୍ନ କରି ତାଙ୍କୁ ପ୍ରଶ୍ନ ଘେରରେ ଘେରିଛନ୍ତି | ୫୦ ଘର ପୋଡ଼ିଲା, ଦୁଇ ଗୋଷ୍ଠୀ ଭିତରେ ବିବାଦ କେମିତି ଏବଂ ପୋଲିସ କେମିତି ଜାଣିପାରିଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ତେବେ ମାଲକାନାଗିରି ହେଉଛି ଆଇନଶୃଙ୍ଖଳା କ୍ଷେତ୍ରରେ ସମ୍ବେଦନଶୀଳ ଜିଲ୍ଲା । ସେଠାରେ ଏଭଳି ଘଟଣା ଘଟିବା ଦର୍ଶାଉଛି ଯେ, ଆଇନଶୃଙ୍ଖଳା ନିୟନ୍ତ୍ରଣରେ ସରକାର କେଉଁଭଳି ଭାବରେ ବିଫଳ ହୋଇଛନ୍ତି। ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି | କିନ୍ତୁ ସେହି କେନ୍ଦ୍ର ସରକାର ବାଂଲାଦେଶୀ ମାନଙ୍କୁ ସେଠାରେ ରଖିଥିନଲେ କି ? ମୁଖ୍ୟମନ୍ତ୍ରୀ ଆଇନଶୃଙ୍ଖଳାକୁ ନେଇ ଗୃହରେ ଭୁଲ ତଥ୍ୟ ଦିଅନ୍ତୁ ନାହିଁ । ତତକ୍ଷଣାତ୍ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ରିପୋର୍ଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି ବିଜେଡି ବିଧାୟକ ଦାବି କରିଛନ୍ତି।

