ଗୌରବ ଖାନ୍ନା ହେଲେ ବିଗ୍ ବସ୍ ୧୯ର ବିଜେତା; ଟ୍ରଫି ସହିତ ମିଳିଲା ଲକ୍ଷାଧିକ ଟଙ୍କା
ମୁମ୍ବାଇ ; ୮|୧୨: ସବୁ ଅପେକ୍ଷାର ଅନ୍ତ ଘଟିଛି | ବିଗ୍ ବସ୍ ୧୯ର ବିଜେତାକୁ ନେଇ ଚାଲିଥିବା ସବୁ କଳ୍ପନାଜଳ୍ପନାର ଆଜି ଅନ୍ତ ହୋଇଛି |ବିଗ୍ ବସ୍ ୧୯ର ବିଜେତା ଭାବରେ ଗୌରବ ଖାନ୍ନାଙ୍କୁ ଘୋଷଣା କରାଯାଇଛି। ବିଜେତାର ମୁକୁଟ ପିନ୍ଧିବା ପରେ ଗୌରବଙ୍କୁ ବିଗ ବସ ଟ୍ରଫି ସହ ୫୦ ଲକ୍ଷ ଟଙ୍କା ପୁରସ୍କାର ରାଶି ମଧ୍ୟ ମିଳିଛି । ବଲିଉଡର ସୁପରଷ୍ଟାର ସଲମାନ ଖାନ ବିଜେତା ଭାବେ ଗୌରବଙ୍କ ନାମ ଘୋଷଣା କରିଥିଲେ। ତେବେ ସୋ’ ରେ ଅନେକ ନାମୀଦାମୀ ଚେହେରାଙ୍କୁ ପଛରେ ପକାଇ ଗୌରବ ଏହି ଟ୍ରଫି ହାସଲ କରିଛନ୍ତି ।
ଏହା ପୂର୍ବରୁ ଆଉ ଏକ ରିୟାଲିଟି ଶୋ ରେ ସେ ବିଜୟ ହୋଇଥିଲେ | କୁକିଙ୍ଗ୍ ରିୟାଲିଟି ଶୋ’ ‘ସେଲିବ୍ରିଟି ମାଷ୍ଟରସେଫ୍ର ପ୍ରଥମ ସଂସ୍କରଣରେ ବିଜେତା ହୋଇଥିଲେ ଗୌରବ ଖାନ୍ନା। ତାଙ୍କର ଅନେକ ଫ୍ୟାନ ଫଲୋର୍ସ ରହିଛନ୍ତି। ବିଗ୍ ବସ୍ ଟ୍ରଫି ଜିତିବା ସମୟରେ ଗୌରବଙ୍କ ପରିବାର ଲୋକେ ଉପସ୍ଥିତ ଥିଲେ। ଫାଷ୍ଟ ରନର୍ସ ଅପ୍ ହୋଇଥିଲେ ଫରହାନା ଭଟ୍ଟ । ସମସ୍ତେ ଭାବୁଥିଲେ ଯେ ଫରାନା ବିଗ୍ ବସ୍ ହାଉସରେ ଖୁବ ଭଲ ଖେଳିଥିଲେ | ସେ ନିଶ୍ଚୟ ଟ୍ରଫି ହାତେଇବେ। ହେଲେ ଫରହାନାଙ୍କୁ ପଛରେ ପକାଇ ଟ୍ରଫି ନେଇଗଲେ ଗୌରବ ଖାନ୍ନା।
ଗୌରବ ଖାନ୍ନା ବହୁ ସିରିଏଲରେ କାମ କରିଛନ୍ତି | ତାଙ୍କର ଆକ୍ଟିଙ୍ଗ ଓ ତାଙ୍କର ଷ୍ଟାଇଲିସ ଅନ୍ଦାଜ ପାଇଁ ସେ ଦର୍ଶକଙ୍କ ପାଖରେ ବେଶ ପରିଚିତ | ଏହି ଭିତରେ ସେ ଷ୍ଟାରପ୍ଲସର ବହୁ ଚର୍ଚ୍ଚିତ ସିରିଏଲ ‘ଅନୁପମା’ରେ ସେ ତାଙ୍କ ସହ-ଅଭିନେତ୍ରୀ ଅନୁପମା (ରୂପାଲି ଗାଙ୍ଗୁଲି) ସହିତ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିଲେ | ତାଙ୍କ ସହ-ଅଭିନେତ୍ରୀ ରୂପାଲି ଗାଙ୍ଗୁଲି ଗୌରବଙ୍କୁ ମୁକୁଟ ପିନ୍ଧାଇବା ପୂର୍ବରୁ ହିଁ ତାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇଥିଲେ। ଆଉ ତାଙ୍କର ଭବିଷ୍ୟବାଣୀ ସଠିକ୍ ହୋଇଥିଲା। ଶ୍ରେଷ୍ଠ ପାଞ୍ଚ ଜଣଙ୍କ ମଧ୍ୟରୁ ଗୌରବ ଖାନ୍ନା ଟିଭି ଜଗତର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଥିବାବେଳେ ପ୍ରଣୀତ ମୋରେ ଜଣେ ଷ୍ଟାଣ୍ଡ-ଅପ୍ କମେଡିଆନ୍। ଅମାଲ୍ ମଲିକ୍ ସଂଗୀତ ଜଗତର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ, ଏବଂ ତାନ୍ୟା ମିତ୍ତଲ ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନସର। ଫରହାନା ଭଟ୍ଟ ଜଣେ ଶାନ୍ତି କର୍ମୀ।
ବିଗ୍ ବସ୍ ୧୯ର ବିଜେତା ହେବା ପରେ ଗୌରବ ଖାନ୍ନାଙ୍କୁ ସଲମାନ ଖାନ ଏକ ଟ୍ରଫି ପ୍ରଦାନ କରିଥିଲେ। ଶୋ’ର ନିର୍ମାତାମାନେ ତାଙ୍କୁ ୫୦ ଲକ୍ଷ ପୁରସ୍କାର ରାଶି ମଧ୍ୟ ପ୍ରଦାନ କରିଥିଲେ। ଫରହାନା ଭଟ୍ଟ ମଧ୍ୟ ବିଗ୍ ବସ୍ ସିଜିନ୍ ୧୯ର ଶ୍ରେଷ୍ଠ ଦୁଇରେ ସ୍ଥାନ ପାଇଥିଲେ। ତଥାପି, ସେ ମୁକୁଟ ଜିତିପାରି ନଥିଲେ ଏବଂ ଫାଇନାଲରେ ରନର୍ସ-ଅପ୍ ହୋଇଥିଲେ। ସମଗ୍ର ସିଜିନରେ ତାଙ୍କର ଉପସ୍ଥିତି ଶୋକୁ ରୋମାଞ୍ଚକର କରିଥିଲା । ଏହି କାରଣରୁ ପ୍ରଶଂସକମାନେ ତାଙ୍କୁ ଗୌରବ ଖାନ୍ନାଙ୍କ ସହିତ ଭୋଟ ଦେଇଥିଲେ। ଗୌରବ ଖାନ୍ନା ବିଗ୍ ବସ୍ ୧୯ର ବିଜେତା ହୋଇଛନ୍ତି । କିନ୍ତୁ ତାଙ୍କୁ କଡା ଟକ୍କର ଦେଇଥିବା ଚାରି ପ୍ରତିଯୋଗୀ ହେଲେ ପ୍ରଣୀତ ମୋରେ, ଅମାଲ୍ ମଲିକ୍, ତାନ୍ୟା ମିତ୍ତଲ ଏବଂ ଫରହାନା ଭଟ୍ଟ। ଏହି ଚାରି ଜଣ ପ୍ରତିଯୋଗୀ ଶ୍ରେଷ୍ଠ ପାଞ୍ଚ ଫାଇନାଲିଷ୍ଟଙ୍କ ମଧ୍ୟରେ ସ୍ଥାନ ପାଇଥିଲେ।
ଫାଇନାଲ ପୂର୍ବରୁ ବିଗ୍ ବସ୍ ୧୯ର ହୋଷ୍ଟ ଏବଂ ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ ୱିକେଣ୍ଡ୍ କା ୱାରରେ ଗୌରବ ଖାନ୍ନାଙ୍କ ପ୍ରଚୁର ପ୍ରଶଂସା କରିଥିଲେ। ସଲମାନ ଖାନ କହିଛନ୍ତି, “ତାଙ୍କ ସ୍ତ୍ରୀ ତାଙ୍କୁ ସମ୍ମାନ କରନ୍ତି। ତାଙ୍କ ବାପା ମା’ ତାଙ୍କୁ ନେଇ ଗର୍ବିତ । ତାଙ୍କ ବନ୍ଧୁମାନେ ବି ତାଙ୍କ କାମକୁ ବହୁତ ସମ୍ମାନ କରନ୍ତି। କୋ ଆର୍ଟିଷ୍ଟ ତାଙ୍କ ସହ କାମ କରିବାକୁ ଭଲ ପାଆନ୍ତି। ପ୍ରକୃତରେ, “ମୁଁ ବି ତାଙ୍କ ସହିତ କାମ କରିବାକୁ ଭଲ ପାଇବି। ଆଉ ମୁଁ ବି ଖୁବଶୀଘ୍ର ଗୌରବଙ୍କ ସହ କାମ କରିବି।” ଏହା ଶୁଣି ଗୌରବ ଖାନ୍ନା ଭାବପ୍ରବଣ ହେବା ସହ ସଲମାନ ଖାନଙ୍କୁ ଧନ୍ୟବାଦ ଦେଇଥିଲେ ।

