Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ଷେମାଲୋଏ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରତିମାସ ଦ୍ଵିତୀୟ ସୋମବାର ଆୟୁଷ୍ମାନ ଆରୋଗ୍ୟ ଶିବିର

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କ୍ଷେମାଲୋଏ ସ୍ବାସ୍ଥ୍ୟ କେନ୍ଦ୍ର ଓ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ନିବେଦିତା ପଧାନ ତତ୍ତ୍ୱାବଧାନରେ ଏହି ଶିବିରଟି ଆୟୋଜିତ ହୋଇଥିଲା । ଶିବିରରେ ଡକ୍ଟର ବିଶ୍ଵନାଥ ମେହେର ଉପସ୍ଥିତ ରହି ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା କାର୍ଯକ୍ରମ ମାତୃ ମୃତ୍ୟୁ ହାର ରୋକିବା , ଶିଶୁ ଜନ୍ମ ପରେ ମା ଓ ଶିଶୁର ସ୍ବାସ୍ଥ୍ୟ ସୁରକ୍ଷା , ଉଚ୍ଚ ରକ୍ତ ଚାପ , ନିମ୍ନ ରକ୍ତ ଚାପ , ସୁଗର , ମ୍ୟାଲେରିଆ , ସିକିଲିନ୍ , ମଧୁମେହ , ଓଜନ ମାପ ତଥା କିଶୋରୀ ବାଳିକା ମାନଙ୍କୁ ଖାଦ୍ୟ , ସ୍ବଚ୍ଛତl , ଧୂମପାନ ଉପରେ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆସିଥିବା ଲୋକଙ୍କୁ ସଚେତନ କରାଇଥିଲେ। ଏହି ଶିବିର ପ୍ରତିମାସ ଦ୍ଵିତୀୟ ସୋମବାର ଦିନ କ୍ଷେମାଲୋଏ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ହେଉଅଛି। ତେଣୁ ସମସ୍ତେ ଏହାର ସୁବିଧା ଉଠାଇବା ପାଇଁ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା । ଏହି ଶିବିରରେ ଯୋଗଗୁରୁ ଡକ୍ଟର ହୃଷୀକେଶ ଦେହେରୀ ଯୋଗଦେଇ ପ୍ରତିଦିନ ଯୋଗ କରିବା ସହିତ ଖାଦ୍ୟ ଉପରେ ଧ୍ୟାନ ଦେବା ଉଚିତ ବୋଲି କହିଥିଲେ । ଜୀବନରେ ମନ୍ତ୍ର , ବ୍ୟାୟାମ , ଆସନ , ପ୍ରାଣାୟାମର ଆଧୁନିକ ଯୁଗରେ କେତେ ଗୁରୁତ୍ତ୍ଵ ସେ ଉପରେ ଆଲୋକପାତ କରିଥିଲେ । ଏହା ପରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପସ୍ଥିତ ଥିବା ସମସ୍ତଙ୍କୁ ଆସନ , ମୁଦ୍ରା ଓ ପ୍ରାଣାୟାମ କରାଇଥିଲେ। ଏହି ଶିବିରରେ ଏ.ଏନ୍.ଏମ୍ ଗୀତା କର୍ମୀ ଓ ଆଶାକର୍ମୀ ଗୀତାଞ୍ଜଳି ପଧାନ , ସଂତୋଷିନି ପାତ୍ର , ଜୟନ୍ତୀ ବାରିକ , ମୈଥିଳୀ ବାରିକ , ପ୍ରତିଭା ପୁରୋହିତ, ପୁଷ୍ପାଞ୍ଜଳି ପଧାନ , ମନ୍ଦାକିନୀ ପଧାନ ପ୍ରମୁଖ ଶିବିରରେ ସଂପୂର୍ଣ୍ଣ ସାହଯ୍ୟ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ