Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଧାନସଭାରେ ମୋହନଙ୍କ ନବୀନଙ୍କୁ ଟାର୍ଗେଟ; ବିରୋଧୀ ଦଳର ନେତା ଏବଂ ସଦସ୍ୟଙ୍କର ଧୈର୍ଯ୍ୟ ନାହିଁ

ଭୁବନେଶ୍ୱର;୯|୧୨: ବିଧାନସଭାରେ ଶୀତକାଳୀନ ଅଧିବେଶନ ଚାଲିଛି | ଏହି ଅଧିବେଶନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ତର୍କବିତର୍କ ହେବା ସହିତ ଏହା ଉପରେ ଆଲୋଚନା ମଧ୍ୟ ହେଉଛି | ତେବେ ଏହା ଭିତରେ ଗୋଟେ ପ୍ରସଙ୍ଗକୁ ନେଇ ବିରୋଧୀ ଦଳଙ୍କୁ କଟାକ୍ଷ କରିଛନ୍ତି ସରକାର | କଟାକ୍ଷ କରି କହିଛନ୍ତି ଯେ, ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବିଧାନସଭାରେ ଅନୁପସ୍ଥିତ ରହି ସୋସିଆଲ ମିଡିଆରେ ନିଜର ଉପସ୍ଥିତିକୁ ଦର୍ଶାଉଛନ୍ତି | ତେବେ ଏହାକୁ ନେଇ ଶାସକ ଦଳ କରୁଛି ପ୍ରଶ୍ନ |

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗୃହକୁ ନବୀନ ନଆସିବା ନେଇ ପ୍ରଶ୍ନ ଉଠାଇ କହିଲେ ଯେ, ୨ ମିନିଟ ବସିବାକୁ ଧୈର୍ଯ୍ୟ ନାହିଁ । ନୂଆପଡ଼ାରେ ୬ ଘଣ୍ଟା ପ୍ରଚାର ପାଇଁ ଗଲେ । ଗୃହ ୯ ଦିନ ହେଲା ଚାଲିଳାଣି ହେଲେ ବିରୋଧୀ ଦଳ ନେତା କେତେ ଦିନ ଆସିଛନ୍ତି । କେତେ ସମୟ ବିତାଇଛନ୍ତି ଗୃହରେ । କେତୋଟି ଡିବେଟରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଖାଲି ସୋସିଆଲ ମିଡିଆରେ ପୋଷ୍ଟ କରିଦେଲେ ବିକାଶ ହୁଏ ନାହିଁ । ଗୃହରେ କଥା ନିଜର କଥା ରଖିବାକୁ ସମ୍ବିଧାନ ଅଧିକାର ଦେଇଛି । ଯଦି ଦେହ ଖରାପ ଅଲଗା କଥା । ଯଦି ସମୟ ନାହିଁ, ପ୍ରଚାର ପାଇଁ ଗଲେ ଗୃହକୁ ଆସିବା ପାଇଁ ସମୟ କେମିତି ନାହିଁ ।

ବିରୋଧୀ କକ୍ଷ ତ୍ୟାଗ କରିବାରୁ ଟାର୍ଗେଟ କଲେ ମୋହନ । କହିଲେ, ବିରୋଧୀ ଦଳର ନେତା ଏବଂ ସଦସ୍ୟଙ୍କର ଧୈର୍ଯ୍ୟ ନାହିଁ। ସକାଳ ଯାଏଁ ମଧ୍ୟ ବିଧାନସଭା ଚଳାଇବା ପାଇଁ ଆମେ ପ୍ରସ୍ତୁତ ଅଛୁ । କ୍ରିକେଟ ମ୍ୟାଚ୍ ଦେଖିବାକୁ ଟିକେଟ ନେଇ ବିରୋଧୀ ଶୀଘ୍ର ପଳାଇଲେ ବୋଲି କହି କଲେ କଟାକ୍ଷ । ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ ପାସ ହୋଇଛି । ଏହାପରେ ଗୃହକୁ କାଲି ଯାଏଁ ମୁଲତବୀ ଘୋଷଣା କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ