Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଞ୍ଜlପାଲି ଆଶ୍ରମ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଦୁର୍ଜନତୈଳl ପଞ୍ଚାୟତ କୁଞ୍ଜlପାଲି ଆଶ୍ରମ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ଆଶ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜୟ ଗୋପାଳ ସେଠ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ବିରମହାରାଜପୁର ମଙ୍ଗଳ ସଂପ୍ରସାରଣ ଅଧିକlରୀ ସତ୍ୟନାରାୟଣ ପଧାନ ଯୋଗ ଦେଇ ମଶାଲ ଜଳାଇ ଉଦଘାଟନ କରିଥିଲେ I ଉଦଯାପନୀ ଉତ୍ସବ ରେ ଦୁର୍ଜନତୈଳl ସରପଞ୍ଚ ବିଷ୍ନୁପ୍ରିୟା କୁମ୍ଭାର ଯୋଗଦେଇ ପ୍ରତିଯୋଗିତା ରେ କୃତ କାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ I ପ୍ରତିଯୋଗିତା ରେ ୩୫୦ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ବିଭିନ୍ନ ବିଭାଗ ର ପ୍ରତିଯୋଗିତା ରେ ୩ଟି ବର୍ଗ ରେ ଭାଗ ନେଇଥିଲେ l ପ୍ରତିଯୋଗିତା ମଧ୍ୟ ରେ ୫୦ମିଟର ଦୌଡ଼ , ୧୦0ମିଟର ଦୌଡ଼ , ଗୋଲା ଫିଙ୍ଗା ,ଅନ୍ଧ ପୁଟୁଳି ଦୌଡ଼ ,ମ୍ୟୁଜିକ ଚେୟାର ଓ ଫେନସି ଡ୍ରେସ ଅନୁଷ୍ଠିତ ହୋଇଥିଲା l ସମସ୍ତ ପ୍ରତିଯୋଗିତା କୁ ବିଦ୍ୟାଳୟ ର ସହକାରୀ ଶିକ୍ଷକ ନବ କୁମାର ପୋଥାଳ , ରାଜୀବ ପଧାନ , ଦିଵ୍ୟ ଭଗବାନ ନାଏକ , ସୁଜିତ କର୍ମୀ ଓ ଶିକ୍ଷୟତ୍ରୀ ବନିତା ମାଳିନୀ ରାଉତ , ଜୟଶ୍ରୀ କର୍ଣ୍ଣ , ରଂଜିତା ପଟେଲ , ରୋଶନୀ ପଧାନ , ଶତାବ୍ଦୀ ସ୍ମରଣିକା ପୁରୋହିତ ପ୍ରମୁଖ ପରିଚାଳନା କରିଥିଲେ l ଶେଷରେ ପ୍ରଶାନ୍ତ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ I ଏଥିରେ ମେଟ୍ରନ ରଂଜିତା ସେଠି ଡୋଳେଶ୍ଵରୀ ବାଘ ଙ୍କ ସହ ସମସ୍ତ ସି ସି ଏ ମାନେ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ