Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଷ୍ଟ୍ରେଲିଆରେ ସୋସିଆଲ ମିଡିଆ ବ୍ୟାନ୍; ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ଲାଗିଲା କଟକଣା

ଅଷ୍ଟ୍ରେଲିଆ,୧୦|୧୨: ଅଷ୍ଟ୍ରେଲିଆରେ ସୋସିଆଲ ମିଡିଆ ଉପରେ ଲାଗିଲା ପ୍ରତିବନ୍ଧକ| ଆଜିଠାରୁ କଟକଣା ଲାଗୁ କରାଯାଇଛି | ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରତିବନ୍ଧକ ଲଗାଯାଇଛି| ଯେଉଁଥିରେ ଟିକଟକ୍, ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମ, ଫେସବୁକ୍ ଭଳି ବଡ଼ ବଡ଼ ଆପ୍ସ ବ୍ୟତୀତ ଥ୍ରେଡ୍ସ, ଏକ୍ସ ଏବଂ ରେଡିଟ ଭଳି ଅନେକ ପ୍ଲାଟଫର୍ମ ସାମିଲ ରହିଛି ।

ସୂଚନା ଅନୁସାରେ, ଅଷ୍ଟ୍ରେଲିଆ ସରକାର କହିଛି ଯେ, ଯୁବପିଢିଙ୍କୁ କ୍ଷତିକାରକ ବିଷୟବସ୍ତୁରୁ ସୁରକ୍ଷା ଦେବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । Elon Muskଙ୍କ X କହିଛି ଯେ, ଅଷ୍ଟ୍ରେଲିଆରେ ସୋସିଆଲ ମିଡିଆ ଉପରେ ଲାଗିଥିବା କଟକଣାକୁ ନିଶ୍ଚିତ ପାଳନ କରାଯିବ | ଫେସବୁକ୍, ଟିକଟକ୍ ଏବଂ ୟୁଟ୍ୟୁବ୍ ସମେତ ଅନ୍ୟାନ୍ୟ ପ୍ଲାଟଫର୍ମ ଟିନ୍ ଏଜ୍ ୟୁଜର୍ସଙ୍କୁ ଏଥିରୁ ହଟାଇବା ପଦକ୍ଷେପରେ ରାଜି ହୋଇଛି ।

କିନ୍ତୁ ଡିସ୍କାର୍ଡ, ଗୁଗଲ କ୍ଲାସରୁମ୍, ମେସେଞ୍ଜର, ଗିଟହବ୍, ହ୍ବାଟସଆପ୍, ଲେଗୋ ପ୍ଲେ, ଷ୍ଟିମ୍, ରୋବଲୋକ୍ସ ଏବଂ ୟୁଟ୍ୟୁବ୍ କିଡ୍ସ ଭଳି ପ୍ଲାଟଫର୍ମଗୁଡ଼ିକ ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇନାହିଁ । ଏହାରି ମଧ୍ୟରେ ଅଷ୍ଟ୍ରେଲିଆ ସରକାରଙ୍କ ଇ-ସୁରକ୍ଷା ଅଧିକାରୀ କହିଛନ୍ତି ଯେ, କିଛି ପ୍ଲାଟଫର୍ମ ଉପରେ ଏବେ ବି ବିଚାର କରିବା ଜାରି ଅଛି | ଏଥିସହ ବ୍ୟାନ୍ ଲିଷ୍ଟ ମଧ୍ୟ ଫାଇନାଲ ହୋଇନାହିଁ । ଏହି ପ୍ରତିବନ୍ଧକ କମ୍ ବୟସର ପିଲାଙ୍କ ପାଇଁ ଲାଗୁ କରାଯାଇଛି ବୋଲି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ୍ ମଧ୍ୟ କହିଛନ୍ତି ।

ଅନ୍ୟପଟେ କଟକଣା ଉଲ୍ଲଂଘନକାରୀ ପିଲା ଏବଂ ବାପା-ମାଙ୍କୁ କୌଣସି ପ୍ରକାର ଦଣ୍ଡ ଦିଆଯିବ ନାହିଁ ବୋଲି ମଧ୍ୟ ନିଷ୍ପତ୍ତି ଧାର୍ଯ୍ୟ କରାଯାଇଛି । କିନ୍ତୁ କମ୍ପାନୀର ନିୟମ ଉଲ୍ଲଂଘନ ପାଇଁ ୪୯.୫ ମିଲିୟନ ଅଷ୍ଟ୍ରେଲିଆ ଡଲାର ପର୍ଯ୍ୟନ୍ତ ଜୋରିମାନା ହୋଇପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ