Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଳଙ୍କାର ବଜାରରେ ନୂଆ ବିକଳ୍ପ!

ବିଶ୍ବ ବଜାରରେ ଦିନକୁ ଦିନ ସୁନା ଦର ରେକର୍ଡ ଭାଙ୍ଗୁଛି। ଯାହା ଭାରତ ଭଳି ଗହଣାପ୍ରିୟ ଦେଶବାସୀଙ୍କ ପାଇଁ ଏକ ଚିନ୍ତାର କାରଣ ହୋଇଛି। ଭାରତୀୟ ମହିଳାମାନଙ୍କର ଗହଣା ସବୁଠାରୁ ଅଧିକ ପ୍ରିୟ ଥାଏ। ତେବେ ସୁନା ଦରରେ ବୃଦ୍ଧି ହେଲେ ମଧ୍ୟ ମହିଳା ମାନେ ଗହଣା ପିନ୍ଧା ଛାଡି ପାରିବେ ନାହିଁ। ଅନ୍ୟପଟେ ଏତେ ପରିମାଣର ଟଙ୍କା ଦେଇ ସୁନା ଗହଣା କିଣିବା ବି ବାଧୁଛି। ଏଣୁ ଏହାର ବିକଳ୍ପ ସନ୍ଧାନରେ ଲାଗିଛନ୍ତି ମହିଳା। ସୁନା ଗହଣାର ବିକଳ୍ପ ଭାବେ ବଜାରକୁ ଏବେ ଆସିଛି ରୋଜ୍‌ ଗୋଲ୍ଡ, ହ୍ବାଇଟ୍‌ ଗୋଲ୍‌ଡ ଭଳି ବିକଳ୍ପ ସହ ୧୮ ଓ ୧୪ କ୍ୟାରେଟ୍‌ ସୁନା। ଯାହା ଏବେ ଅଳଙ୍କାର ପ୍ରେମୀ ମାନଙ୍କ ଆଶାକୁ ପୂରଣ କରିବାରେ ବେଶ୍‌ ସଫଳ ହୋଇଛି |

ସାଧାରଣତଃ ସୁନାରେ ନିର୍ମିତ ହୋଇଥିବା ଅଳଙ୍କାରକୁ ଆମେ ଭାରତୀୟମାନେ ଅଳଙ୍କାର ବୋଲି ବୁଝିଥାଉ। ସୁନାରେ ତିଆରି ହୋଇଥିବା ଅଳଙ୍କାର କିନ୍ତୁ ଖାଣ୍ଟି ସୁନାରେ ତିଆରି ହୁଏ ନାହିଁ। ସୁନା ହେଉଛି ଏକ ମିଶ୍ର ଧାତୁ। ଯେଉଁଥିରେ ୯୧.୬୭% ଖାଣ୍ଟି ସୁନା ସହ ୮.୩୩% ଅଲଗା ଧାତୁ ଯଥା ତମ୍ବା, ରୁପା, ନିକେଲ ଓ ଜିଙ୍କ୍‌ ପ୍ରଭୃତି ମିଶିଥାଏ। କ୍ୟାରେଟ ହେଉଛି ସୁନାର ‘ମାନକ’ ଯାହାକି ସୁନାର ଶୁଦ୍ଧତାକୁ ଦର୍ଶାଇଥାଏ। କ୍ୟାରେଟ୍‌ ଯେତେ ଅଧିକ ହୋଇଥାଏ ସୁନାର ପରିମାଣ ସେତେ ଅଧିକ ହୋଇଥାଏ। ୨୪,୨୨ କ୍ୟାରେଟ ସୁନା, ୯୧୬ ସୁନା ଭାବେ ବି ଜଣାଶୁଣା। ଯାହାର ଅଳଙ୍କାର ଭାରତୀୟ ଗହଣା ପ୍ରେମୀଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ।

୨୨ କ୍ୟାରେଟ୍‌ ସୁନା ଦର ଆକାଶଛୁଆଁ ରହିଥିବା ବେଳେ ଏବେ ବିବାହ ଋତୁରେ ୧୮ କ୍ୟାରେଟ୍‌ ଅଳଙ୍କାର କିଣିବା ପାଇଁ ଚାହିଦା ବଢ଼ିଛି। ୧୮ କ୍ୟାରେଟ୍‌ ସୁନାରେ ୭୫% ସୁନା ଓ ୨୫% ମିଶ୍ର ଧାତୁ ଯଥା, ତମ୍ବା, ରୁପା ଓ ନିକେଲ ମିଶିଥାଏ। ୨୨ କ୍ୟାରେଟ୍‌ ସୁନା ହଳଦିଆ ଦେଖାଯାଉଥିବା ବେଳେ ୧୮ କ୍ୟାରେଟ୍‌ ସୁନାର ରଙ୍ଗ ହଲ୍‌କା ଲାଲ୍‌ ଆସିଥାଏ। ଏହି ସୁନାରେ ପ୍ରସ୍ତୁତ ଅଳଙ୍କାର ମଜବୁତ ହୋଇଥିବା ବେଳେ ନିତିଦିନିଆ ବ୍ୟବହାର ପାଇଁ ଏହା ଏକ ଭଲ ବିକଳ୍ପ । ଏହି ହଲ୍‌କା ଲାଲ୍‌-ହଳଦିଆ ରଙ୍ଗ ସମ୍ଭ୍ରାନ୍ତଶ୍ରେଣୀୟ ଲୁକ୍‌ ଦେଉଥିବାରୁ ଏହା ସହରବାସୀଙ୍କ ପସନ୍ଦ ତାଲିକାରେ ଯୋଡି ହୋଇଛି । ବ୍ୟବସାୟୀମାନଙ୍କ କହିବା ଅନୁସାରେ, କାନଫୁଲ, ଚେନ୍‌, ହାତମୁଦି ଓ ଚୁଡ଼ି ପାଇଁ ଏହା ଏକ ଭଲ ବିକଳ୍ପ ସାଜିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ