ବୀରମହାରାଜପୁର ଉପ କାରାଗାର ପ୍ରତିଷ୍ଠା ଦିବସ ପାଳିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପ କାରଗାର ଠାରେ କାରାଗାର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଉପ କାରଗାରର ଅଧିକ୍ଷକ କାଳନ୍ଦୀ ଚରଣ ନାୟକ ଓ ସହକାରୀ ଉପ କାରାପାଳ ତପନ କୁମାର ପ୍ରଧାନଙ୍କ ତତ୍ତ।ବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ସଞ୍ଜୀବ ସାହୁ ଯୋଗ ଦେଇ ମତ ରଖିଥିଲେ l ଜେଲ୍ ପ୍ରତି ଲୋକଙ୍କ ଭୟ ଓ ଖରାପ୍ ଧାରଣା ବଦଳିବା ସହ ସମସ୍ତଙ୍କୁ ଶ୍ରଦ୍ଧା , ଭଲ ବ୍ୟବହାର ପ୍ରଦର୍ଶନ କରିବା ଉଚିତ୍। ସମ୍ମାନିତ ଅତିଥି ଶିବାନନ୍ଦ ଦାଶ, ବୁଲୁ ପଧାନ ଯୋଗଦେଇ ଅନ୍ତେବାସିଙ୍କୁ ବିଭିନ୍ନ ଉପଦେଶ ପ୍ରଦାନ୍ କରିଥିଲେ। ଯୋଗଗୁରୁ ଡକ୍ଟର ହୃଷୀକେଶ ଦେହେରି ଉପସ୍ଥିତି ରହି ସକାଳ 7ଟା ରୁ 8.30 ବିଭିନ୍ନ ପ୍ରକାର ମନ୍ତ୍ର , ଆସନ , ମୁଦ୍ରା , ପ୍ରାଣାୟାମ ଓ ଧ୍ୟାନ ଅଭ୍ୟାସ କରିବା ସହ ସମସ୍ତ ଅନ୍ତେ ବାସିଙ୍କୁ ନିଜ ଜୀବନରେ ଶାରିରୀକ , ମାନସିକ , ଆଧ୍ୟାତ୍ମିକ ସୁଦୃଢ଼ କରିବା ପାଇଁ ପ୍ରତିଦିନ ଯୋଗ ଅଭ୍ୟାସ କରିବା ଉଚିତ୍ ବୋଲି କହିଥିଲେ । ଏହି ପ୍ରତିଷ୍ଠା ଦିବସରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜିତ ହୋଇଥିଲା I ତନ୍ମଧ୍ୟରୁ କ୍ୟାରୋମ୍ , ଚେସ୍ , ଲୁଡୁ , ସଙ୍ଗୀତ , କୁଇଜ ଅନ୍ୟତମ। କାରଗାରରେ ଅନୁଷ୍ଠିତ ବିଭିନ୍ନ ପ୍ରତି ଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯକ୍ରମକୁ ପ୍ରକାଶ ଖମାରୀ, ସୁଦାମ ପ୍ରଧାନ, ଆଶିଶ ଭୋଇ, ସୁଧିର ଗରନାୟକ, ଅଜିତ୍ ମହାନନ୍ଦ, ସୁନିତା ପଟ୍ଟନାୟକ,ତାପସ ମିଶ୍ର, ବୁଲୁ ପଧାନ ପ୍ରମୁଖ ସଂପୂର୍ଣ୍ଣ ସହଯୋଗ କରିଥିଲେ। ଶେଷରେ କୁମାର ଗୌରବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

