Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଦୋଦର କଲେଜରେ ଏଡସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଉଲୁଣ୍ଡା :
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ସ୍ଥିତ ମା’ ଉମାଦେବୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡ୍‌କ୍ରସ ଓ ରେଡ୍ ରିବନ କ୍ଲବର ମିଳିତ ଆନୁକୂଲ୍ୟରେ ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ବଲ୍ଲଭ ପୁରୋହିତଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବରେ ଅନୁଷ୍ଠାନର ସମ୍ପାଦକ ତଥା ଯୁବ ସମାଜସେବୀ ଚିତ୍ତରଞ୍ଜନ ପାଢ଼ୀ ଯୋଗଦେଇଥିଲେ I ସମ୍ମାନିତ ଅତିଥି ଭାବରେ କଳାପଥର ସତ୍ୟବାଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଯୁବ ରେଡକ୍ରସ କାଉନସିଲର ତଥା ଅଧ୍ୟାପକ କିଶୋର କୁମାର ସାହୁ , ବୀରମହାରାଜପୁର କଲେଜ ର ଯୁବ ରେଡ଼କ୍ରସ କାଉନସେଲର ଅଧ୍ୟାପକ ସିଧେଶ୍ୱର ତ୍ରିପାଠୀ ଯୋଗଦେଇଥିଲେ | ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଯୁବ ରେଡ୍‌କ୍ରସ କାଉନସେଲର ତଥା ଅଧ୍ୟାପକ ଉଦ୍ଧବ ପଧାନ ସ୍ବାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ବାଳମକୁନ୍ଦ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ । ଏଥିରେ କଲେଜର ଅଧ୍ୟାପକ ନିତ୍ୟାନନ୍ଦ ମିଶ୍ର ,ସୁଶାନ୍ତ ଦେହୁରୀ , ଅଧ୍ୟାପିକା ରଞ୍ଜିତା ମିଶ୍ର , ସାଧନା ମେଲ୍ଲୀ, ଅମିତା ସାହୁ ,ଶମ୍ଭୁପ୍ରସାଦ ଭୋଇ , ସୁଶାନ୍ତ ମିଶ୍ର, ଯୋଗୀନ୍ଦ୍ର ପଧାନ ସମେତ ସମସ୍ତ , କର୍ମଚାରୀମାନେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ