Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂତନ ସଂସଦ ଭବନର ଉଦଘାଟନୀ ସମାରୋହକୁ ୧୯ ଦଳର ବହିଷ୍କାର, ବିଜେଡି ଓ ବିଏସପି ଉପରେ ନଜର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୨୮ ତାରିଖରେ ଭାରତର ନୂତନ ସଂସଦ ଭବନର ଉଦଘାଟନ କରିବେ। ତେବେ ଉଦଘାଟନକୁ ନେଇ ରାଜନୀତି ତେଜି ଉଠିଛି। କଂଗ୍ରେସ, ବାମଦଳ ଏବଂ ଆମ୍ ଆଦମୀ ପାର୍ଟି ସମେତ ଅନେକ ବିରୋଧୀଦଳଗୁଡ଼ିକର କହିବା କଥା ଭବନର ଉଦଘାଟନ ପ୍ରଧାନମନ୍ତ୍ରୀ ନୁହେଁ ରାଷ୍ଟ୍ରପତି କରିବା ଉଚିତ୍। ଏମିତି କାର‌୍ୟ୍ୟ କରି କେନ୍ଦ୍ର ସରକାର ରାଷ୍ଟ୍ରପତିଙ୍କ ଗରିମା କ୍ଷୁର୍ଣ୍ଣ କରୁଛନ୍ତି। ଫଳରେ କଂଗ୍ରେସ, ଆପ୍, ଉଦ୍ଧବ ଠାକରେଙ୍କ ଶିବସେନା, ଏନସିପି, ଆରଜେଡି, ଜେଡିୟୁ ସମେତ ୧୯ ବିରୋଧୀ ଦଳ ଉଦଘାଟନ ସମାରୋହକୁ ବହିଷ୍କାର କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ସଂସଦର ନୂତନ ଭବନର ଉଦଘାଟନ ଉପରେ ସର୍ବପ୍ରଥମେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଶ୍ନ ଉଠାଇଥିଲେ। ଏହା ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ନେକ ବିରୋଧୀ ଦଳର ନେତାମାନେ ଏହାକୁ ତୀବ୍ର ବିରୋଧ କରିଛନ୍ତି। ଉଦ୍ଧବ ଠାକରେଙ୍କ ଶିବସେନା, କଂଗ୍ରେସ, ଆପ୍, ଏନସିପି, ସିପିଆଇ, ସିପିଏମ, ଅସଦୁଦ୍ଦୀନ ଅଓ୍ଵେସିଙ୍କ ପାର୍ଟି, ଆରଜେଡି, ଜେଡିୟୁ, ଟିଏମସି ଏବଂ ତାମିଲନାଡୁର ଡିଏମକେ ନୂତନ ସଂସଦ ଭବନର ଉଦଘାଟନୀ ସମାରୋହକୁ ବହିଷ୍କାର କରିଛନ୍ତି।

ଅଦ୍ୟାବଧି ଭାରତ ରାଷ୍ଟ୍ର ସମିତି ଏବଂ ଅକାଳି ଦଳ ପକ୍ଷରୁ କୌଣସି ନିଷ୍ପତ୍ତି ଆସିନାହିଁ। ଅନ୍ୟପଟେ ଶିରୋମଣି ଅକାଳି ଦଳ ଆୟୋଜନରେ ଯୋଗ ଦେଇପାରେ। ସମାଜବାଦୀ ଏବଂ ଏହାର ସହଯୋଗୀ ଆରଲେଡି ମଧ୍ୟ ବହିଷ୍କାର ଘୋଷଣା କରିଛି। ମାୟାବତୀଙ୍କ ପାର୍ଟି ବିଏସପି ଏବଂ ଆନ୍ଧ୍ର ପ୍ରଦେଶର କ୍ଷମତାସୀନ ପାର୍ଟି ଓ୍ଵାଇଏସଆର କଂଗ୍ରେସ ଆୟୋଜନରେ ସାମିଲ୍ ହୋଇପାରନ୍ତି। ବିଜେଡି ମଧ୍ୟ ଏହି ସଂପର୍କରେ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହିଁ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସର୍ବଦା କେନ୍ଦ୍ର ସରକାରଙ୍କ ସହ ସୁସମ୍ପର୍କ ରଖି ଆସିଛନ୍ତି। ତେଣୁ ତାଙ୍କ ପାର୍ଟି ସଂସଦ ଭବନର ଉଦଘାଟନୀ ସମାରୋହରେ ସାମିଲ୍ ହୋଇପାରେ ବୋଲି କୁହାଯାଉଛି। ଏହି କାର୍ଯ୍ୟକ୍ରମକୁ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ, ଉଭୟ ଗୃହର ସାଂସଦ ଏବଂ କେନ୍ଦ୍ରୀୟ ବିଭାଗର ସଚିବମାନଙ୍କୁ ନିମନ୍ତ୍ରିତ କରାଯାଇଛି। ନୂତନ ସଂସଦ ଭବନର ଉଦଘାଟନ ଅବସରରେ ଉଦ୍ୟୋଗପତି ରନତ ଟାଟା ମଧ୍ୟ ଉପସ୍ଥିତ ରହିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ