ସତ୍ୟବିହାର ଅଞ୍ଚଳରେ ଅଗ୍ନିକାଣ୍ଡ, ଜଳିଗଲା ପୁରା ହୋଟେଲ
ଭୁବନେଶ୍ୱର,୧୨|୧୨: ଭୁବନେଶ୍ୱର ସତ୍ୟବିହାର ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ହୋଟେଲ, ଆଖ ପାଖ ଅଞ୍ଚଳ ପୁରା ଧୂଆଁମୟ ହୋଇଗଲା । ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁର ପ୍ରଭାବ ଏତେ ଜୋରରେ ଥିଲା ଯେ ପାଖରେ ଥିବା ଫର୍ଣ୍ଣିଚର୍ ଦୋକାନକୁ ମଧ୍ୟ ବ୍ୟାପିଥିଲା। ତେବେ ଦୀର୍ଘ ସମୟ ପରେ ନିଆଁ ଲିଭାଇବାରେ ସଫଳ ହୋଇଥିଲା ଅଗ୍ନିଶମ ବାହିନୀ। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ, ଉକ୍ତ ହୋଟେଲଟି ବିନା ଲାଇସେନ୍ସରେ ଚାଲିଥିଲା ।
ସୂଚନା ମୁତାବକ, ଭୁବନେଶ୍ୱରର ସତ୍ୟବିହାର ସ୍ଥିତ ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଯେଉଁଥିରେ ହୋଟେଲ ପୁରା ଜଳି ଛାରଖାର ହୋଇଯାଇଛି| ନିଆଁ ଧୀରେ ଧୀରେ ପାଖରେ ଥିବା ଫର୍ଣ୍ଣିଚର୍ ଦୋକାନକୁ ମଧ୍ୟ ବ୍ୟାପିଥିଲା ଏବେ ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ହୋଇଥିବା ଚିଫ୍ ଫାୟାର ଅଫିସର ରମେଶ ମାଝୀ ସୂଚନା ଦେଇଛନ୍ତି । ନିଆଁ ଲିଭା କାର୍ଯ୍ୟରେ ୨ ଦମକଳ ଗାଡ଼ି ନିୟୋଜିତ ହୋଇଥିଲେ। ନିଆଁକୁ ଆୟତ୍ତ କରିବାକୁ ପ୍ରାୟ ୧ ଘଣ୍ଟା ସମୟ ଲାଗିଥିଲା ।

