Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁର୍ଷୁଣ୍ଢି ସୋନୁ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରେ କନକପୁର କୁ ହରାଇ ଖମାର ଦଳ ସେମିଫାଇନାଲ ରେ ପ୍ରବେଶ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ରେ ଏମ ସ୍ପୋର୍ଟିଙ୍ଗ ଆନୁକୂଲ୍ୟରେ ହେଉଥିବା ସୋନୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଗୁରୁବାର ଥିଲା ତୃତୀୟ ଦିବସ। ଗୁରୁବାର ପ୍ରଥମ ମ୍ୟାଚ ଟି ପଣ୍ପାଲି ଓ ଖମାର ମଧ୍ୟରେ ହୋଇଥିଲା। ଏଥିରେ ପଣ୍ଡିଆପାଲି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ରେ ୭ ଉଇକେଟ ହରାଇ ୯୦ ରନ କରିଥିଲା। ଜବାବରେ ଖମାର ଦଳ ଆବଶ୍ୟକୀୟ ୯୧ ରନ କୁ ୭.୫ ଓଭର ରେ ୭ ଉଇକେଟ ହରାଇ ସଂଗ୍ରହ କରି ବିଜୟୀ ହୋଇଥିଲା। ଦ୍ଵିତୀୟ ମ୍ୟାଚ ଟି ଡିଡିମାଳ ଓ ଜନକପୁର ମଧ୍ୟରେ ହୋଇଥିଲା। ଏଥିରେ ଜନକପୁର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ରେ ୭ ଉଇକେଟ ହରାଇ ୬୪ ରନ କରିଥିଲା। ଜବାବରେ ଡିଡିମାଳ ଦଳ ନିର୍ଦ୍ଧାରିତ ୮ ଓଭର ରେ ୮ ଉଇକେଟ ହରାଇ ୬୨ ରନ କରି ପରାସ୍ତ ହୋଇଥିଲା। ତୃତୀୟ ମ୍ୟାଚ ଟି ପ୍ରଥମ ମ୍ୟାଚ ର ବିଜେତା ଖମାର ଓ ଦ୍ଵିତୀୟ ମ୍ୟାଚ ର ବିଜେତା ଜନକପୁର ମଧ୍ୟରେ ହୋଇଥିଲା। ଏଥିରେ ଜନକପୁର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭର ରେ ୫ ଉଇକେଟ ହରାଇ ୬୨ ରନ କରିଥିଲା। ଜବାବରେ ଖମାର ଦଳ ନିର୍ଦ୍ଧାରିତ ୫ ଓଭର ରେ ୫ ଉଇକେଟ ହରାଇ ଆବଶ୍ୟକୀୟ ୬୩ ରନ କରି ବିଜୟୀ ହୋଇ ସେମିଫାଇନାଲ ରେ ପ୍ରବେଶ କରିଛି। ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବ ରେ ପୂର୍ବତନ ସମିତିସଭ୍ୟ ଚିତ୍ତରଞ୍ଜନ ସାହୁ, ଆରଆଇ ରୋହିତ କୁମାର ମିଶ୍ର, କ୍ରୀଡାବିତ ପ୍ରକାଶ ପଣ୍ଡା, ମୂରଲୀ ପଧାନ ଯୋଗଦେଇ ପ୍ରଥମ ମ୍ୟାଚ ପାଇଁ ଖମାର ର ଦେବାଶିଷ ସାହୁ, ଦ୍ଵିତୀୟ ମ୍ୟାଚ ପାଇଁ ଜନକପୁର ର ଆକାଶ ସାହୁ ଓ ତୃତୀୟ ମ୍ୟାଚ ପାଇଁ ଖମାର ର ଅରବିନ୍ଦ ପାଢ଼ୀ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଥିଲା। ମ୍ୟାଚ ଗୁଡିକରେ ଅବିନାଶ ସାହୁ ଓ ପ୍ରକାଶ ପଣ୍ଡା ଅମ୍ପାୟାର,ଆଶିଷ ନାଏକ ସ୍କୋରିଙ୍ଗ ଏବଂ ଗଣେଶ ପାତ୍ର ଧାରାବିବରଣୀ ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ