Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ନାଁରେ କଳଙ୍କ!ଶୀତ କାକରରେ ଛୁଆକୁ ବ୍ୟାଗରେ ରଖି ଚାଲିଗଲା

ଇଏ କିଭଳି ମା? କୁହାଯାଏ ସବୁ ସମ୍ପର୍କ ସ୍ୱାର୍ଥ ହୋଇପାରେ କିନ୍ତୁ ମା ର ଛୁଆ ପ୍ରତି ଥାଏ ନିସ୍ଵାର୍ଥପର ଭଲପାଇବା | କେତେ କଷ୍ଟ ଯନ୍ତ୍ରଣା ସହି ମା ଛୁଆକୁ ଜନ୍ମ ଦେଇଥାଏ | ନିଜକୁ ପଛେ ଯେତେ ଭୋକ ଲାଗୁଥାଉ ନିଜେ ନ ଖାଇ ଛୁଆ ପାଇଁ ଆଗ ରଖିଦେଇ ଥାଏ | କିନ୍ତୁ ଏମିତି ଏକ ଘଟଣା ଘଟିଛି ଯାହା ଶୁଣିଲେ ପରେ ଭାବିବେ ଏଇ କେମିତିକା ମା ଯିଏ ନିଜ ଜନ୍ମକଲା ଛୁଆକୁ ଛାଡି କୁଆଡେ ଚାଲିଯାଇଛି। ଶୀତ ରାତିରେ ଥଣ୍ଡା କାକରରେ ଛୁଆକୁ ଫିଙ୍ଗିଦେଇ ଚାଲିଯାଇଛି | ଛୁଆର ଦୋଷ କଣ ଥିଲା ଯେ,ମା ତାକୁ ଏଭଳି ପ୍ରକାରେ ଛାଡି ଦେଇ ଚାଲିଗଲା | ଛୁଆକୁ ଜନ୍ମ ଦେଲା ପରେ ମା ତାକୁ କୋଳେଇ ନେବା ବଦଳରେ ଏଭଳି ସ୍ୱାର୍ଥପର ପର ଭାବେ ଫୋପାଡ଼ି ଦେବା କଣ ଠିକ ଥିଲା | ଏଭଳି ଚକିତ କରିଦେଲା ଭଳି ଘଟଣା ଘଟିଛି ସମ୍ବଲପୁର ସହରର ବଡବଜାର ଛକରେ | ଆଜି ଭୋର ସକାଳୁ ଜଣେ ଟିଫିନ ଦୋକାନୀ ନିଜ ଦୋକାନ ଖୋଲିବା ସମୟରେ କ୍ୟାବିନ ଉପରେ ଏକ ବ୍ୟାଗ ଥିବା ଦେଖିବାକୁ ପାଇଥିଲେ। ଏହାପରେ ବ୍ୟାଗକୁ ଖୋଲି ଦେଖିବା ପରେ ସେଥିରୁ ଜଣେ ଶିଶୁ ଥିବା ଜାଣିବାକୁ ପାଇଥିଲେ । ପରେ ନବଜାତକୁ ବ୍ୟାଗ ଭିତରୁ ଉଦ୍ଧାର କରିଥିଲେ ।

ଏହାପରେ ସ୍ଥାନୀୟ ଲୋକେ କ୍ଷେତରାଜପୁର ପୋଲିସକୁ ଖବର ଦେଇଥିଲେ । ତେଵେ ନବଜାତକକୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଶୀତ ଲାଗି ଅଧିକ ଥଣ୍ତା ପଡୁଥିବାରୁ ଶିଶୁଟିର ସ୍ବାସ୍ଥ୍ୟବସ୍ଥା ସାମାନ୍ୟ ଗୁରୁତର ଅଛି । ଶିଶୁଟି କାହାର, କିଏ ଛାଡି ଚାଲିଯାଇଛି ତାହା ସ୍ପଷ୍ଟ ହୋଇନାହିଁ | ପୋଲିସ ଆଖପାଖ ଅଞ୍ଚଳ ସିସିଟିଭି ଯାଞ୍ଚ କରୁଛି । କିଏ ଆଣି ଶିଶୁଟିକୁ ଏଠାରେ ଛାଡି ଚାଲିଯାଇଛି ଏହା ଅନେକଙ୍କ ମନରେ ପ୍ରଶ୍ନ ଉଠିଛି | ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କର୍ମକର୍ତ୍ତାମାନେ ଡାକ୍ତରଖାନାରେ ପହଞ୍ଚି ଶିଶୁର ସ୍ୱାସ୍ଥ୍ୟବସ୍ଥା ବୁଝିଥିବା ସୂଚନା ରହିଛି ।

ତେବେ ଶିଶୁର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ବେଳେ ୨୪ ଘଣ୍ଟା ଡାକ୍ତରଖାନାରେ ରହିବ ଏବଂ ୭୨ ଘଣ୍ଟା ପରେ ଏହି ଶିଶୁ ପାଇଁ ନୋଟିସ ଜାରି କରାଯିବ। ଯଦି କେହି ଶିଶୁକୁ ଗ୍ରହଣ ନକରନ୍ତି ତେବେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଶିଶୁଟି କୁମାରୀ ମାତୃତ୍ୱ କିମ୍ବା ଅବୈଧ ପ୍ରେମ ସମ୍ପର୍କ ଯୋଗୁଁ ଜନ୍ମ ନେଇଥାଇପାରେ ବୋଲି ଅନୁମାନ କରାଯାଉଛି | ଲୋକଲଜ୍ଜା ଭୟରେ କେହି ଏହି ଶିଶୁକୁ ଛାଡି ଚାଲିଯାଇଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।

ଦିନକୁ ଦିନ ଏଭଳି ଘଟଣା କିଛି ନ କିଛି ସାମ୍ନାକୁ ଆସୁଛି | ଏଭଳି ଘଟଣା କେବଳ ଯେ ରାଜ୍ୟରେ ଘଟୁଛି ତାହା ନୁହେଁ, ରାଜ୍ୟ ବାହାରୁ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସୁଛି। ପୂର୍ବରୁ ଏଭଳି ଏକ ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଥିଲା କୋଲକାତା ସହରରେ। ଯେଉଁଠି ପରିତ୍ୟକ୍ତ ପାଇଖାନାରେ ବାହାରେ କୁକୁରପଲ ରାତି ସାରା ନବଜାତକୁ ସୁରକ୍ଷା ଦେଇଥିଲେ । ପଶ୍ଚିମବଙ୍ଗର ନାବାଦ୍ଵୀପରେ ଶୀତୁଆ ରାତିରେ ଦଳେ କୁକୁର ନବଜାତର ଜୀବନ ବଞ୍ଚାଇ ଦେଇଥିଲେ। ସୂଚନା ଅନୁସାରେ, ନଦିଆ ଜିଲ୍ଲାର ରେଲୱେ ୱାର୍କର କଲୋନୀରୁ ଉକ୍ତ ନବଜାତଟି ମିଳିଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ