Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଢିଲା ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା, କଂଗ୍ରେସ ମଧ୍ୟ ଫାଇଦାରେ: ସର୍ଭେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବି ଦେଶର ଲୋକପ୍ରିୟ ନେତାଙ୍କ ତାଲିକାରେ ଶୀର୍ଷରେ ଅଛନ୍ତି। ହେଲେ କଂଗ୍ରେସ ପାର୍ଟିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ମଧ୍ୟ ବୃଦ୍ଧି ଘଟିଛି। ସଦ୍ୟତମ ସର୍ଭେ ଅନୁଯାୟୀ, ପ୍ରଧାନମନ୍ତ୍ରୀ ପଦ ପାଇଁ ନରେନ୍ଦ୍ର ମୋଦୀଙ୍କ ପରେ ରାହୁଲ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ଏହି ସର୍ଭେ ଏନଡିଟିଭି ସିଏସଡିଏସ ସହିତ ମିଶି କରିଛି। ସର୍ଭେ ମୋଦୀ ସରକାରଙ୍କ ୯ ବର୍ଷ କାର‌୍ୟ୍ୟକାଳ ପୂରା ହେବା ଅବସରରେ ୧୯ ରାଜ୍ୟରେ ମେ ୧୦ରୁ ମେ ୧୯ ତାରିଖ ମଧ୍ୟରେ କରାଯାଇଛି।

କର୍ଣ୍ଣାଟକ ହାରିଥିବା ବିଜେପି ପାଇଁ ଆଶ୍ଵସ୍ତିକର କଥା, ସର୍ଭେରେ ସାମିଲ୍ ୪୩ ପ୍ରତିଶତ ଲୋକଙ୍କ କହିବା କଥା ମୋଦୀ ସରକାରଙ୍କୁ ତୃତୀୟ କାର୍ଯ୍ୟକାଳ ମିଳିବା ଉଚିତ୍। ଅନ୍ୟପଟେ ୩୮ ପ୍ରତିଶତ ଜନତା ମୋଦୀ ସରକାରଙ୍କ ଉପରେ ଭରସା ପ୍ରକାଶ କରି ପାରୁ ନାହାନ୍ତି। ଅଧିକାଂଶ ଲୋକ ପ୍ରଧାନମନ୍ତ୍ରୀ ପଦରେ ନରେନ୍ଦ୍ର ମୋଦୀଙ୍କୁ ଦେଖିବାକୁ ଚାହାନ୍ତି।

କଂଗ୍ରେସ ସ୍ଥିତିରେ ସୁଧାର
ଯଦି ଆଜି ନିର୍ବାଚନ ହୁଏ ତେବେ କଂଗ୍ରେସର ସ୍ଥିତିରେ ସୁଧାର ଦେଖିବାକୁ ମିଳିପାରେ। ସର୍ଭେରେ ସାମିଲ୍ ୨୯ ପ୍ରତିଶତ ଲୋକ କଂଗ୍ରେସ ପାର୍ଟିକୁ ଭୋଟ୍ ଦେବା ପକ୍ଷରେ ମତ ଦେଇଛନ୍ତି। ୨୦୧୯ରେ ଦେଶର ସର୍ବ ପୁରାତନ ଏହି ଦଳକୁ ମାତ୍ର ୧୯ ପ୍ରତିଶତ ଭୋଟ୍ ମିଳିଥିଲା। ତେଣୁ ଗତ ନିର୍ବାଚନ ତୁଳନାରେ ଏଥର କଂଗ୍ରେସ ସ୍ଥିତିରେ ସୁଧାର ଆସୁଥିବା ସର୍ଭେରେ ସ୍ପଷ୍ଟ ଦେଖିବାକୁ ମିଳିଛି।

ବଢିଲା ରାହୁଲଙ୍କ ଲୋକପ୍ରିୟତା
ସର୍ଭେରେ କଂଗ୍ରେସ ପାଇଁ ଖୁସିର ଖବର ରହିଛି। ପାର୍ଟିକୁ ପସନ୍ଦ କରୁଥିବା ଲୋକଙ୍କ ସହିତ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ମଧ୍ୟ ବୃଦ୍ଧି ଘଟିଛି। ୨୭ ପ୍ରତିଶତ ଲୋକଙ୍କ କହିବା କଥା ଯଦି ଆଜି ନିର୍ବାଚନ ହୁଏ ତେବେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ। ୨୦୧୯ରେ ରାହୁଲଙ୍କ ଲୋକପ୍ରିୟତା ୨୪ ପ୍ରତିଶତ ଥିଲା। ଗତ ୪ ବର୍ଷରେ ଏଥିରେ ୩ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ