ବୀରମହାରାଜପୁର କଲେଜରେ ନିର୍ବାଚନୀୟ ସଚେତନତା କ୍ଲବ ଉଦଘାଟିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟରେ ନିର୍ବାଚନୀୟ ସଚେତନତା କ୍ଲବ ଆନୁଷ୍ଠାନିକ ଭାବରେ ଆଜି ଉଦଘାଟିତ ହୋଇଯାଇଛି I ଅନୁଷ୍ଠାନର ଅଧ୍ୟକ୍ଷ ଡ଼. ହିମାଂଶୁ ଶେଖର ପାଢୀ ଏଥିରେ ସଭାପତିତ୍ୱ କରିଥିଲେ I ଶୁକ୍ରବାର ଆୟୋଜିତ କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ଶୁଭମ ଶୁଭାଶିଷ ଶତପଥି, ମୁଖ୍ୟ ଅତିଥି, ଆସିଷ୍ଟାଣ୍ଟ କଲେକ୍ଟର ଅଜିତ କୁମାର ମିର୍ଦ୍ଧା ଓ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଶିବ କୁମାର ପୁରୋହିତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ I ସେହିପରି ନନ୍ଦୀ କିଶୋର ନାୟକ ବୈଷୟିକ ବିଶେଷଜ୍ଞ ଭାବରେ ଯୋଗଦେଇ ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହି କ୍ଲବର ଉଦ୍ଦେଶ୍ୟ ଏବଂ ଅଧିକ ମତଦାନ କ୍ଷେତ୍ରରେ ଏହାର ଭୂମିକା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ I ଅଧ୍ୟାପକ ନରେନ୍ଦ୍ର ଝା ସଭା ପରିଚାଳନା କରିଥିବାବେଳେ ଅଧ୍ୟାପକ ସ୍ମୃତି ରଞ୍ଜନ ଭରାସାଗର ଧନ୍ୟବାଦ ଅର୍ପଣ କରିଥିଲେ I ଏହି କାର୍ଯ୍ୟକ୍ରମରେ ଦୁଇଶହରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I

