Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ସରକାରଙ୍କ ନଗଦ ଆକାରରେ ଭତ୍ତା ପ୍ରଦାନ ନିଷ୍ପତ୍ତି ଚିନ୍ତାଜନକ; ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମଧୁ ବାବୁ ପେନ୍‌ସନ ଯୋଜନା ହିତାଧିକାରୀଙ୍କୁ ଡିବିଟି ବଦଳରେ ନଗଦ ଆକାରରେ ଭତ୍ତା ପ୍ରଦାନ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଏହା ଅତ୍ୟନ୍ତ ଚିନ୍ତାଜନକ ବିଷୟ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

“ସେ ଚିଠି ଲେଖିଛନ୍ତ ଯେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବାର୍ଦ୍ଧକ୍ୟ ତଥା ଦିବ୍ୟାଙ୍ଗଙ୍କ ସାମାଜିକ ସୁରକ୍ଷା ଭତ୍ତାକୁ ନଗଦ ଆକାରରେ ପ୍ରଦାନ ନିଷ୍ପତ୍ତି ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଆଉ ଥରେ ବିଚାର କରିବା ଉଚିତ। ଦୁର୍ଭାଗ୍ୟବଶତଃ ଏହି ନିଷ୍ପତ୍ତି ଦୁର୍ନୀତିମୁକ୍ତ ଶାସନ ତଥା ଜନକଲ୍ୟାଣ ସେବା ପ୍ରଦାନରେ ପଛଘୁଞ୍ଚା ଦେଉଛି।

ଧର୍ମେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି ଯେ ସରକାରୀ ଯୋଜନାର ଲାଭ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବା ନିଶ୍ଚିତ କରିବା ପାଇଁ DBT ଏକ ମାଧ୍ୟମ। “ଜନ ଧନ ଯୋଜନା ଏହି ପଦ୍ଧତିର ଏକ ଉତ୍କୃଷ୍ଟ ଉଦାହରଣ। ସମଗ୍ର ଭାରତରେ, ୪୮.୯୯ କୋଟି ବ୍ୟାଙ୍କ ଆକାଉଣ୍ଟ
ଏହି ଯୋଜନା ଅଧୀନରେ ଖୋଲାଯାଇଛି। ଯେଉଁଥିରେ ୧.୯୭ ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇଛି। ଓଡିଶାରେ ୨.୦୧ କୋଟି ବ୍ୟାଙ୍କ ଆକାଉଣ୍ଟ ସକ୍ରିୟ ଥିବା ବେଳେ ଆମ ରାଜ୍ୟବାସୀଙ୍କ ପାଇଁ ୮୭୫୧ କୋଟି ଟଙ୍କା ଜମା କରାଯାଇଛି। ସେହିପରି ସହଜରେ ବ୍ୟାଙ୍କ୍ କାରବାର ପାଇଁ ଓଡ଼ିଶାରେ ୧ କୋଟି ୪୫ ଲକ୍ଷ ୪୮ ହଜାର ୪୭୩ ରୁପେ କାର୍ଡ ପ୍ରଦାନ କରାଯାଇଛି । 

ରାଷ୍ଟ୍ରୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP) ଅଧୀନରେ ପ୍ରଧାନମନ୍ତ୍ରୀ ମୋଦୀ ସାମାଜିକ ସୁରକ୍ଷା ଯୋଜନା ଯେପରିକି ପିଏମ୍‌ ଜୀବନ ଜ୍ୟୋତି ଯୋଜନା, ପିଏମ୍‌ ସୁରକ୍ଷ ବିମା ଯୋଜନା, ପିଏମ ମାତୃବନ୍ଦନା ଯୋଜନା ଏବଂ ବରିଷ୍ଠ ନାଗରିକ, ବିଧବା ଏବଂ ଦିବ୍ୟାଙ୍ଗ ଭତ୍ତା ଭଳି ଯୋଜନା ଓଡ଼ିଶାର ନାଗରିକଙ୍କୁ ଡିବିଟି ମାଧ୍ୟମରେ ସୁରକ୍ଷା ଯୋଗାଇ ଦେଇଛି। ଓଡିଶାରେ ଶହ ଶହ କୋଟି ମୂଲ୍ୟର ଦାବି ସମାଧାନ କରିବା ଏବଂ ଡିବିଟି ମେକାନିଜିମ୍ ମାଧ୍ୟମରେ ଅନେକ ପରିବାରକୁ ଆର୍ଥିକ ସହାୟତା କରିବା ବୋଲି ସେ କହିଛନ୍ତି।

NSAP ଅଧୀନରେ ୨.୯୯ କୋଟି ହିତାଧିକାରୀ ବିଶେଷ କରି ବୃଦ୍ଧ, ବିଧବା ଏବଂ ଦିବ୍ୟାଙ୍ଗକୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ମାସିକ ଭତ୍ତା ପ୍ରଦାନ କରାଯାଉଛି। ସେହିପରି ଓଡିଶାରେ ମଧ୍ୟ ୨୦,୯୫,୬୯୫ ହିତାଧିକାରୀଙ୍କୁ ଡିବିଟି ମାଧ୍ୟମରେ ସୁବିଧା ଯୋଗାଇ ଦିଆଯାଉଛି ବୋଲି କେନ୍ଦ୍ର ମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ