Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସନ୍ତା ଜାନୁୟାରୀ 18 ରୁ ଏକ ବିଂଶତମ ପାତାଳୀ ମହୋତ୍ସବ ପାଳିତ

ଉଲୁଣ୍ଡା : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ଲୀଳାକ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଠାରେ ଆସନ୍ତା ଜାନୁୟାରୀ 18 ତାରିଖ ଠାରୁ ଆରମ୍ଭ ହୋଇ ଜାନୁୟାରୀ 26 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏକବିଂଶ ତମ ପାତାଳି ମହୋତ୍ସବ । ଏହା ହେଉଛି ଏ ପବିତ୍ର କ୍ଷେତ୍ରରେ ମହାପ୍ରଭୁଙ୍କ ଆଉ ଏକ ନବ ଦିନାତ୍ମକ ଯାତ୍ରା । ଏଥିରେ କଳସ ଓ ସାଂସ୍କୃତିକ ଶୋଭଯାତ୍ରା , ଭାଗବତ ସପ୍ତାହ ପାରାୟଣ , ୫୬- ପ୍ରହରୀ ନାମଯଜ୍ଞ , ଘୃତଯଜ୍ଞ ,ରକ୍ତଦାନ ଶିବିର , ସାଂସ୍କୃତିକ ସଭା ଆଦି ବିବିଧ କାର୍ଯ୍ୟକ୍ରମ ସନ୍ନିବେଶିତ ହେବ ।ଏ ଅବସରରେ ଆଜି ଟ୍ରଷ୍ଟ ସଂପାଦକ ଉତ୍ତର କୁମାର ପାତ୍ରଙ୍କ ଅଧ୍ଯକ୍ଷତାରେ ଓ ଟ୍ରଷ୍ଟ ସଦସ୍ଯ ପୂର୍ଣ୍ଣଚନ୍ଦ୍ର ପାଢୀଙ୍କ ସଂଯୋଜନାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମେ ପୂର୍ବ ବର୍ଷ ର ସମୀକ୍ଷା କରାଯାଇ ସୁବିଧା ଅସୁବିଧା ବିସ୍ତୃତ ଆଲୋଚନା କରାଯାଇଥିଲା । ପରେ ଚଳିତ ବର୍ଷ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ସରସ ସୁନ୍ଦର କରିବା ପାଇଁ ବିଭିନ୍ନ ଉପକମିଟୀ ଗଠନ କରାଯାଇ ଥିଲା । ଉପକମିଟୀ ମାନେ ଆସନ୍ତା ସାତଦିନ ମଧ୍ଯରେ ନିଜ ନିଜ ବିଭାଗର କାର୍ଯ୍ଯ ଖସଡା ପ୍ରସ୍ତୁତ କରି ପରବର୍ତ୍ତି ବୈଠକ ତା ୨୨ .୧୨. ୨୫ ରେ ଉପସ୍ଥାପନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଗଲା । ଆଜିର ସଭାରେ ଗଡତ୍ଯା ଚମରା ଅମାତ, ଟ୍ରଷ୍ଟ ସଦସ୍ଯ ଜାନକୀରାମ ଦେହୁରୀ ,ଜଗଦୀଶ କର୍ଣ୍ଣ , ସେବାୟତ ସଂଘ ସଭାପତି ଶ୍ରୀଯୁକ୍ତ ଗୋପାଳ ପଣ୍ଡା , ବିଜୟ କୁମାର ହୋତା, ମନୋରଞ୍ଜନ ପାଢୀ, ପର୍ଶୁରାମ ବାରିକ, ପଞ୍ଚାନନ ମିଶ୍ର , ଶରଦ ଚାନ୍ଦ , ବୀରମିତ୍ର ପଧାନ, କର୍ଣ୍ଣଦାନୀ ଭୋଇ ତଥା ବିଭିନ୍ନ ଗ୍ରାମର ପ୍ରମୁଖ କାର୍ଯ୍ଯକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ