ଥଣ୍ଡାରେ ଥରୁଛି ଓଡ଼ିଶା
ଭୁବନେଶ୍ବର: ଥଣ୍ଡାରେ ଥରୁଛି ସାରା ଓଡ଼ିଶା। ଗତ ୨୪ ଘଂଟାରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭.୦ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ପାହାଡିଆ ଅଂଚଳର ସିମିଲିଗୁଡାରେ ୫.୨ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି ।ଅନ୍ୟପଟେ କଳାହାଣ୍ଡି, ସୁନ୍ଦରଗଡ଼, ଝାରସୁଗୁଡ଼ା, କୋରାପୁଟ ଓ କନ୍ଧମାଳର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଆଜି ପାଇଁ କୋରାପୁଟ କନ୍ଧମାଳ ସୁନ୍ଦରଗଡ ୩ ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ଓ୍ବାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ। ସକାଳୁ ଘନ କୁହୁଡ଼ି ସହ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ସ୍ଥିତି ଏମିତି ଯେ ପ୍ରବଳ ଥଣ୍ଡା ଯୋଗୁଁ ଦିନ ୧୦ଟା ପର୍ଯ୍ୟନ୍ତ ଘରୁ ବାହାରିବା ମୁସ୍କିଲ ହେଉଛି। ଆସନ୍ତା ୨ଦିନ ୩ ଜିଲାରେ ଘନ କୁହୁଡ଼ି ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ଗତକାଲି ସର୍ବନିମ୍ନ ତାପମାତ୍ରା ଫୁଲବାଣୀ ୭.୦ ଡିଗ୍ରୀ ତାପମାତ୍ରା ରହୁଥିବା ବେଳେ ଦାରିଙ୍ଗିବାଡ଼ି ୭.୬° ଓ ଜି ଉଦୟଗିରି ୭.୬ ତାପମାତ୍ରା ରେକର୍ଡ ହୋଇଛି। ଦାମନଯୋଡିରେ ରାତିର ତାପମାତ୍ରା ୪.୯ ଡିଗ୍ରୀ ରହିଥିବା ବେଳେ କୋରାପୁଟରେ ୭ ଡ଼ିଗ୍ରୀ ରହିଛି। ସେହିପରି ଲମତାପୁଟରେ ରାତିର ତାପମାତ୍ରା ୪.୨ଡିଗ୍ରୀ ଥିଲା।

