Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁଦାନରୁ ଫେରିଲେ ଜଗତସିଂହପୁରର ନିଖୋଜ ଓଡିଆ ଯୁବକ ଆଦର୍ଶ

ଭୁବନେଶ୍ବର: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ନିଖୋଜ ଥିବା ଜଗତସିଂହପୁରର ଓଡିଆ ଯୁବକ ଆଦର୍ଶ କୁମାର ବେହେରାଙ୍କୁ ଉଦ୍ଧାର କରାଯାଇଛି। ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ସେ ପହଞ୍ଚିଛନ୍ତି। ଓଡ଼ିଶା ସରକାର ତାଙ୍କ ପରିବାରର ଯୋଗାଯୋଗରେ ରହି ଆଦର୍ଶଙ୍କୁ ସମସ୍ତ ସହାୟତା ଯୋଗାଇ ଦେଉଛନ୍ତି।

ଅପହରଣର ୪୫ ଦିନ ପରେ ତାଙ୍କୁ ଉଦ୍ଧାର କରାଯାଇଛି । ଭୁବନେଶ୍ବରରେ ପହଞ୍ଚି ପରିବାରକୁ ଦେଖି କାନ୍ଦି ପକାଇଥିଲେ ସେ। ମୁଁ ବଞ୍ଚିବି ବୋଲି ଭାବି ନଥିଲି କହିଛନ୍ତି ଆଦର୍ଶ । ସେଠାକାର ପରିସ୍ଥିତି ବହୁତ ଖରାପ ଥିଲା । ମୁଁ ସୁରକ୍ଷିତ ସ୍ଥାନକୁ ଯିବାବେଳେ RSF ଆତଙ୍କୀ ମୋତେ ଧରିନେଇଥିଲେ।ମୋତେ ଅପହରଣ ବେଳେ ବହୁତ ମାଡ଼ ମାରିଥିଲେ। ୩ ଦିନ ଜଙ୍ଗଲରେ ରଖିଥିଲେ ପରେ ଜେଲ୍ ନେଇଥିଲେ। ସୂଚନାଯୋଗ୍ୟ, ଆଦର୍ଶ ସୁଦାନର ଉତ୍ତର ଡରଫର୍ ରାଜ୍ୟର ଏଲ୍ ଫାସର୍ ସହରରେ ନିଖୋଜ ଥିଲେ। ଭାରତ ସରକାର ତାଙ୍କୁ କିଛି ଆନ୍ତର୍ଜାତିକ ମଧ୍ୟସ୍ଥିଙ୍କ ସହଯୋଗରେ ଉଦ୍ଧାର କରିଛନ୍ତି। ତେବେ ଆଦର୍ଶଙ୍କ ଫେରିବାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୁସି ବ୍ୟକ୍ତ କରିବା ସହ କେନ୍ଦ୍ର ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଧନ୍ୟବାଦ ଅର୍ପଣ କରିଛନ୍ତି।

ସୂଚନାଯୋଗ୍ୟ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କୋଟକଣା ଗ୍ରାମର ଆଦର୍ଶ କୁମାର ବେହେରା ୨୦୨୨ ମସିହାରୁ ସୁଦାନରେ କାମ କରୁଥିଲେ। ପରେ ତାଙ୍କ ପରିବାର ପାଖକୁ ଖବର ଆସିଥିଲା ଯେ ଆଦର୍ଶ ବର୍ତ୍ତମାନ ନିଖୋଜ ଅଛନ୍ତି ଏବଂ ତାଙ୍କର କୌଣସି ଖୋଜଖବର ମିଳୁନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ