ପିତାମହୁଲ ଉନ୍ନିତ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ ପାଳିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପିତାମହୁଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ ବୁଧୁବାର ଉଦଯାପିତ ହୋଇଯାଇଛି। ସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ଜଗଦଲା ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ସ୍ଥାନୀୟ ସରପଞ୍ଚ ଆକସ୍ମିତା ବଢିଆ ମୁଖ୍ୟ ଅତିଥି ଏବଂ ସିଆରସିସି କୌସ୍ତୁଭମଣି ଦାସ ,ସ୍ବେଚ୍ଛାସେବୀ ଶ୍ରୀକାନ୍ତ କର୍ମୀ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଏହି କ୍ରୀଡା କୁ ଉଦଘାଟନ କରିଥିଲେ । ଉଭୟ ବାଳିକା ଓ ବାଳକ ର ଜୁନିଅର ଓ ସିନିଅର ବର୍ଗରେ ଶହେ ମିଟର , ୨ଶହ ମିଟର ,୪ଶହ ମିଟର ,୧୫ଶହ ମିଟର ଦୌଡ, ଲମ୍ୱ ଡ଼ିଆଁ ,ଉଚ୍ଚ ଡିଆଁ , ସର୍ଟଫୁଟ ଥ୍ରୋ , ଡିସ୍କସ ଥ୍ରୋ , ପଟାଟୋ ରେସ , ମ୍ୟୁଜିକ ଚେୟାର ଆଦି ପ୍ରତିଯୋଗୀତା କରାଯାଇଥିଲା। ଶିକ୍ଷକ ଆଲୋକ କୁମାର ପଧାନ, ଅନନ୍ତ ଚନ୍ଦ୍ର ପଧାନ ,କାର୍ତ୍ତିକ ମଲ୍ଲିକ , ସୌମ୍ୟରଞ୍ଜନ ପ୍ରଧାନ ପ୍ରମୁଖ ସମସ୍ତ ଖେଳ ପରିଚାଳନା କରିଥିଲେ। ସ୍କୁଲର ପ୍ରାୟ ୧୭୦ ଜଣ ଛାତ୍ରୀଛାତ୍ର ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଅପରାହ୍ନ ରେ ଅନୁଷ୍ଠିତ ପୁରସ୍କାର ବିତରଣିି ଉତ୍ସବରେ ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ଜଗଦଲା ଅଧ୍ୟକ୍ଷତା କରିଥିବା ବେଳେ ସ୍କୁଲ ପରିଚାଳନା କମିଟିର ସଭାପତି ଶତୃଘ୍ନ ମହାକୁର , ଏସଏମସି ସଭ୍ୟ ଗିରିଧାରୀ ଗେଜ୍ , ସିଆରସିସି କୌସ୍ତୁଭମଣି ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ମେଡାଲ ଦେଇ ପୁରସ୍କୃତ କରିଥିଲେ। ଜୁନିଅର ବାଳକ ବର୍ଗରେ ଶିବ ଶଙ୍କର ପାତ୍ର, ଓ ବାଳିକା ବର୍ଗରେ ପ୍ରକୃତି ମହାକୁର ଏବଂ ସିନିଅର ବାଳକ ବର୍ଗରେ ବିଭୂତି ବଗର୍ତ୍ତି ଓ ବାଳିକା ବର୍ଗରେ ସୋନାଲି ସାହୁ ଚାମ୍ପିଅନ ହୋଇଥିଲେ। ଶିକ୍ଷକ ହେମନ୍ତ ସେଠୀ ସଭା ପରିଚାଳନା କରିଥିବା ବେଳେ ବିଚିତ୍ରାନନ୍ଦ ମଲ୍ଲିକ ଅତିଥି ପରିଚୟ ପ୍ରଦାନ, କେଶରିଶ୍ୱର ବାରିକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଶିକ୍ଷୟିତ୍ରୀ ମୌସୁମୀ ଷାଣ୍ଢ ଓ ଝରଣା ଭୋଇ ପୁରସ୍କାର ବିତରଣ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଆଲୋକ କୁମାର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।

